ମୋ ସ୍କୁଲ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ୬୧୬ ବିଦ୍ୟାଳୟ ସାମିଲ
ଭୁବନେଶ୍ୱର,୧୩/୮ (ସକାଳଖବର):ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ମୋ ସ୍କୁଲ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରେ ୮ଟି ଜିଲ୍ଲାର ୬୧୬ଟି ବିଦ୍ୟାଳୟର ସାମଗ୍ରିକ ବିକାଶ ପାଇଁ ସ୍ଥିର କରାଯାଇଛି । ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, ନୂଆପଡ଼ା, ସମ୍ବଲପୁର ଓ କେନ୍ଦୁଝର । ଏହିସବୁ ଜିଲ୍ଲାର ମୋ ସ୍କୁଲ ଯୋଜନାରେ ୬ କୋଟି ୪୪ ଲକ୍ଷ ୪୧ ହଜାରରୁ ଉଦ୍ଧ୍ୱର୍ ଅର୍ଥ ବ୍ୟୟ କରାଯିବ । ଏଥିରୁ ରାଜ୍ୟ ସରକାର ୪ କୋଟି ୨୯ ଲକ୍ଷ ୬୧ ହଜାର ଟଙ୍କା ଅନୁଦାନ ଦେଇଥିବାବେଳେ ଜନସାଧାରଣଙ୍କ ଠାରୁ ୨କାଟି ୧୪ ଲକ୍ଷ ୮୦ ହଜାର ଟଙ୍କା ସଂଗୃହୀତ ହୋଇଛି ।
ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓପେପା ସଭାଗୃହରେ ଅନୁଷ୍ଠିତ ମୋ ସ୍କୁଲ ଅଭିଯାନର ଦ୍ୱିତୀୟ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏହା ସ୍ଥିର କରାଯାଇଛି । ବୈଠକରେ ମୋ ସ୍କୁଲ ଯୋଜନାର ସଦସ୍ୟ ସଚିବ ତଥା ଓପେପା ଓ ମାଧ୍ୟମିକ ଶିକ୍ଷା ମିଶନ ରାଜ୍ୟ ପ୍ରକଳ୍ପ ନିଦେ୍ର୍ଧଶକ ଭୂପେନ୍ଦ୍ର ସିଂ ପୁନିଆ, ପ୍ରାଥମିକ ଶିକ୍ଷା ନିଦେ୍ର୍ଧଶକ ବିରଂଚି ନାରାୟଣ ମହାନ୍ତି, ଏସସିଇଆର୍ଟି ନିଦେ୍ର୍ଧଶକ ପ୍ରତାପ ଇନ୍ଦ୍ର ଦାସ, ମାଧ୍ୟମିକ ଶିକ୍ଷା ନିଦେ୍ର୍ଧଶକ ବିଭୂପ୍ରସାଦ ଷଡ଼ଙ୍ଗୀ, ବିଭାଗୀୟ ପରାମର୍ଶଦାତା ଖଗେନ୍ଦ୍ର କୁମାର ପାଢ଼ୀ, ଭୁବନେଶ୍ୱର ରାସ୍ତା ଓ କୋଠାବାଡ଼ି ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ପରିଚାଳନା ଅଧିକାରୀ ଅମରଜିତ ଜେନା ପ୍ରମୁଖ ଯୋଗ ଦେଇଥିଲେ ।
ବରାଦ ହୋଇଥିବ ଏହି ଅର୍ଥରେ ସ୍କୁଲର ଭିତିଭୂମି, ଶ୍ରେଣୀଗୃହର ଉନ୍ନତି, ପାଠାଗାର- ପୁସ୍ତକ, ଖେଳ ସାମଗ୍ରୀ, ଶ୍ରେଣୀଗୃହର ଅସବାବପତ୍ର ଯୋଗାଣ, ସ୍କୁଲ ବଗିଚା ଆଦିର ଉନ୍ନତିକରଣ କାର୍ଯ୍ୟ ଅନ୍ତର୍ଭୁକ୍ତ । ବୈଠକର ନିଷ୍ପତି ଅନୁଯାୟୀ ଆସନ୍ତା ୧୫ ଦିନ ମଧ୍ୟରେ ଏହି ଅର୍ଥ ସବୁ ସ୍କୁଲରେ ପହଂଚାଇବାର ବ୍ୟବସ୍ଥା କରାଯିବ । ମୋ ସ୍କୁଲ କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ପ୍ରତ୍ୟେକ ବ୍ଲକ ଓ ଜିଲ୍ଲାସ୍ତରରେ ସ୍କୁଲ ଆଲୁମନି ଆସୋସିଏସନର ପ୍ରତିନିଧିମାନଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ବିଦ୍ୟାଳୟରେ ପ୍ରକଳ୍ପ ପରିଚାଳନା ଓ ତଦାରଖରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସହାୟତା କରିବେ ।