ମୃତ୍ୟୁ ସହ ଲଢ଼ୁଛନ୍ତି ଅନ୍ତର୍ଜାତୀୟ କ୍ରିକେଟର୍

Oct 15, 2021 - 05:16
 60
ମୃତ୍ୟୁ ସହ ଲଢ଼ୁଛନ୍ତି ଅନ୍ତର୍ଜାତୀୟ କ୍ରିକେଟର୍
ଢାକା: ବାଂଲାଦେଶ କ୍ରିକେଟର୍ ମୋଶାରଫ୍ ହୁସେନ୍ ରୁବେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେ ଏବେ ମୃତ୍ୟୁ ସହ ଲଢ଼ୁଛନ୍ତି। ସେ ଦୀର୍ଘ ଦିନ ଧରି ବ୍ରେନ୍ ଟ୍ୟୁମର୍ ସହ ଲଢ଼େଇ ଜାରି ରଖିଛନ୍ତି। ୨୦୦୮ରୁ ୨୦୧୬ ପର୍ଯ୍ୟନ୍ତ ବାଂଲାଦେଶ ପକ୍ଷରୁ ୫ଟି ଦିନିକିଆ ଖେଳିଥିବା ରୁବେଲ୍ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି। ବାଂଲାଦେଶର ଡେଲି ଷ୍ଟାର୍ ଖବର କାଗଜ ରିପୋର୍ଟ ମୁତାବକ, ରୁବେଲଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯିବାରୁ ବୁଧବାର ତାଙ୍କୁ ହସ୍ପିଟାଲରେ ନିଆଯାଇଥିଲା। ଡାକ୍ତର ଆଇସିୟୁରେ ତାଙ୍କର ଚିତିତ୍ସା କରୁଛନ୍ତି। ବାମହାତୀ ସ୍ପିନର ରୁବେଲ୍ ୨୦୧୯ ମାର୍ଚ୍ଚ ମାସରୁ ବ୍ରେନ୍ ଟ୍ୟୁମର୍ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ଅଛନ୍ତି। ରୁବେଲଙ୍କ ହସ୍ପିଟାଲରେ ଭର୍ତ୍ତି ହେବା ଖବର ସାମ୍ନାକୁ ଆସିବା ପରେ ତାଙ୍କର ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରାର୍ଥନା କରାଯାଉଛି