ପାକିସ୍ତାନ ସୁନ୍ଦରୀର ପ୍ରେମ ଜାଲରେ ଫସି ଦେଶ ସହ ବେଇମାନି

Oct 15, 2021 - 05:18
 67
ପାକିସ୍ତାନ ସୁନ୍ଦରୀର ପ୍ରେମ ଜାଲରେ ଫସି ଦେଶ ସହ ବେଇମାନି
ନୂଆଦିଲ୍ଲୀ: ହନିଟ୍ରାପରେ ସେନାର ପିଅନ। ପାକିସ୍ତାନୀ ସୁନ୍ଦରୀଙ୍କ ପ୍ରେମ ଜାଲରେ ଫସି ଦେଶ ସହ ବିଶ୍ୱାସଘାତକ । ଏମିତିକି ସେନାର କେତେକ ସମ୍ବେଦନଶୀଳ ତଥ୍ୟକୁ ସେୟାର କରିଥିବା ଅଭିଯୋଗ ହୋଇଛି। ସେନାର ଗୋପନୀୟ ତଥ୍ୟକୁ ଶତ୍ରୁ ରାଷ୍ଟ୍ରକୁ ସେୟାର କରିବା ଅଭିଯୋଗରେ ପୁଲିସ ରାଜସ୍ତାନର ରାମ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ରାମ ସିଂ ଜୋଧପୁରର ମିଲିଟାରୀ ଚିଫ୍‌ ଇଞ୍ଜିନିୟର ଅଧୀନରେ ପିଅନ ଭାବେ କାମ କରନ୍ତି। ଇଣ୍ଟେଲିଜେନ୍ସ ପୋଲିସ ମହାନିର୍ଦ୍ଦେଶକ ଉମେଶ ମିଶ୍ରା କହିଛନ୍ତି ଯେ, ଅଭିଯୁକ୍ତ ମିଲିଟାରୀ ଚିଫ୍‌ ଇଞ୍ଜିନିୟର ଅଧୀନରେ କାର୍ଯ୍ୟ କରୁଥିବା ଜଣେ ଚତୁର୍ଥ ଶ୍ରେଣୀର କର୍ମଚାରୀ । ଡିଜି ମିଶ୍ରା କହିଛନ୍ତି ଯେ ୩୫ ବର୍ଷିୟ ରାମ ସିଂ ଗତ ଦୁଇ ମାସ ଧରି ହ୍ୱାଟ୍‌ସଆପ ଜରିଆରେ ଜଣେ ପାକିସ୍ତାନୀ ମହିଳାଙ୍କ ସହ ସମ୍ପର୍କରେ ଥିଲେ।