ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଦୋହରାଇଲେ ମୁକ୍ତିକାନ୍ତ

Aug 18, 2018 - 17:54
 199
ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବି ଦୋହରାଇଲେ ମୁକ୍ତିକାନ୍ତ
ଭୁବନେଶ୍ୱର,୧୮/୮( ସକାଳଖବର): ପ୍ରଧାନମନ୍ତ୍ରୀଙ୍କୁ ଭେଟିବାକୁ ଯାଇ ନିରାଶ ହୋଇଥିବା ଚର୍ଚ୍ଚିତ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ଶନିବାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀ ତାଙ୍କୁ ଭେଟିବାକୁ ସମୟ ଦେଇନଥିଲେ । ମୁକ୍ତିକାନ୍ତ ବିଧାୟକ ସୁବ୍ରତ ତରାଇଙ୍କ ସହ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ରାଉରକେଲାର ଆଇଜିଏଚ୍ କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ଓ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ଦାବି ସମ୍ପର୍କରେ ଜଣାଇଥିଲେ ।