ମୁଁ ଏବେବି ବିଜେଡିରେ : ଦାମ

Sep 19, 2018 - 11:49
 302
ମୁଁ ଏବେବି ବିଜେଡିରେ : ଦାମ
ଭୁବନେଶ୍ୱର, ୧୯/୯ (ସକାଳଖବର):ମୁଁ ଏବେବି ବିଜେଡିରେ ରହିଛି । ବୁଧବାର ଏହି କଥା କହିଛନ୍ତି ନିକଟରେ ବିଜେଡିରୁ ବହିଷ୍କୃତ ହୋଇଥିବା ଦାମୋଦର ରାଉତ ।ଏଥିସହ ଜଣେ ସମ୍ପାଦକ କିଭଳି ତାଙ୍କୁ ବହିଷ୍କାର ନେଇ ଚିଠି ଲେଖିଲେ ବୋଲି ଦାମୋଦର ପ୍ରଶ୍ନ କରିଛନ୍ତି । ଦଳର କାର୍ୟ୍ୟକାରୀ କମିଟିର ସଭ୍ୟ ଅଛି। କମିଟିର ସଭ୍ୟ ଥିବା ବ୍ୟକ୍ତିଙ୍କୁ ବାହାର କରିବାକୁ ହେଲେ ସମ୍ପୃକ୍ତ କମିଟିର ବୈଠକ ବସି ନିଷ୍ପତି ନେବାକୁ ହୋଇଥାଏ । ମୋ କ୍ଷେତ୍ରରେ ତାହା ହୋଇଛି କି ବୋଲି ବରିଷ୍ଠ ନେତା ଦାମୋଦର ରାଉତ ପ୍ରଶ୍ନ କରିଛନ୍ତି । ସେ କହିଛନ୍ତି ଯେ ବହିଷ୍କାର ନେଇ ମତେ ଲିଖିତ ଭାବେ ଜଣାଯାଇନାହିଁ କି ଏହା କରିବା ପୂର୍ବରୁ କୈଫିୟତ ମଧ୍ୟ ମଗାଯାଇନାହିଁ । ଦଳର ବହିଷ୍କାର ନେଇ ସଭାପତି ମଧ୍ୟ ମୋତେ ଦେଖା କରିନାହାଁନ୍ତି। ତେଣୁ ଦଳର ସମ୍ବିଧାନ ଅନୁସାରେ ମୁଁ ଏବେ ବି ବିଜେଡିରେ ଅଛି ବୋଲି କହିଛନ୍ତି ଦାମ । ତେବେ ଏବେ ବିଜେଡିରେ ରହିବା କଥା କହିବା ଏକ ରାଜନୈତିକ ଚାଲ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।