ଚାନ୍ଦବାଲିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ

Apr 26, 2019 - 06:18
 146
ଭଦ୍ରକ, ୨୫/୪(ସକାଳଖବର): ସାଧାରଣ ନିର୍ବାଚନ ଯେତିକି ପାଖେଇଆସୁଛି ଚାନ୍ଦବାଲିରେ ରାଜନୀତି ହେଭିଓଟ ନେତାମାନଙ୍କର ସମାବେଶକୁ ନେଇ ସେତିକି ସରଗରମ ହୋଇ ଉଠୁଛି । ଆଜି ବିଜେପି ସଂକଳ୍ପ ସମାବେଶରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତୀ ରାଜନାଥ ସିଂ ଯୋଗଦେବା ପରେ ବିଭିନ୍ନ ରାଜନୈତିକ ମହଲ ଚଳଚଂଚଳ ହୋଇ ଉଠିଛି । ତେବେ ଆଜି ସ୍ଥାନୀୟ ଦୁର୍ଗା ପଡିଆ ଠାରେ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇ ରାଜନାଥ ସିଂ କଂଗ୍ରେସ ଦଳ ଉପରେ ତୀବ୍ର ସମାଲୋଚନା କରିଥିବାବେଳେ କଂଗ୍ରେସ କେବଳ ଗରିବଙ୍କୁ ନେଇ ରାଜନୀତି କରୁଛି ବୋଲି କଟାକ୍ଷ କରିଥିଲେ । ଅନ୍ୟପଟରେ ୨ପଦ ଓଡିଆ କଥା କହି ନବୀନ ସରକାରାଙ୍କ ୧୯ବର୍ଷ ଶାସନରେ ଲୋକଙ୍କୁ ଠକୁଥିବା କଥା ସେ ନିଜର ଭାଷଣ ରେ ସ୍ଥାନ ଦେଇଥିଲେ । ଅନ୍ୟପଟରେ ମୋର ୨ପଦ ଓଡିଆର କଥା ନବୀନଙ୍କ କଥା ଠାରୁ ବେଶ ଉନ୍ନତ ଧରଣର ବୋଲି କହିବା ସହ ଦୀର୍ଘ ୧୯ବର୍ଷ ଶାସନ ପରେ ମଧ୍ୟ ନବୀନ ଆଜି ଭଳି ଦିନରେ ନିଜର ମାତୃ ଭାଷା ଓଡିଆ କହି ପାରୁ ନାହାନ୍ତି ବୋଲି କହି ମଧ୍ୟ କଟାକ୍ଷ କରିଥିଲେ । ଏହି ଅବସରରେ ଦେଶର ସୁରକ୍ଷା ପାଇଁ ମୋଦି ସରକାର ପୁଲଓାମା ଆକ୍ରମଣରେ ପାକିସ୍ଥାନରେ ସର୍ଜିକାଲ ଷ୍ଟ୍ରାଇକ ଠାରୁ ଆରମ୍ଭ କରି ଭାରତ ନିଜକୁ ବିଶ୍ୱର ତୃତୀୟ ଶକ୍ତିଶାଳୀ ରାଷ୍ଟ୍ର ଭାବରେ ଗଢି ପାରିଛି ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାକୁ ଓଡିଶାରେ କାର୍ଯ୍ୟକାରୀ କରାଯାଉ ନଥିବାବେଳେ ଓଡିଶାରେ ବିଜେପି ସରକାର ଆସିଲେ ସମସ୍ତଙ୍କୁ ଉଜ୍ଜଳା ଗ୍ୟାସ ଏବଂ ସୁନିଶ୍ଚିତ ପକ୍କାଘର ଯୋଗାଇ ଦିଆଯିବ ବୋଲି ମଧ୍ୟ କହିଥିଲେ ।ସାରା ଦେଶରେ ମୋଦୀଙ୍କ ଲହରୀ ଛୁଟିଥିବାବେଳେ ଆଗାମୀ ଦିନରେ ଓଡିଶାରେ ପଦ୍ମ ଫୁଟିବା ସୁନିଶ୍ଚିତ ଏବଂ ଏଥିନିମନ୍ତେ ଭଦ୍ରକ ଲୋକସଭା ଆସନରେ ଅଭିମନ୍ୟୁ ସେଠୀ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥିୀ ମନମୋହନ ସାମଲ ଏବଂ ଧାମନଗର ବିଧାୟକ ପ୍ରାର୍ଥୀ ବିଷ୍ନୁଚରଣ ସେଠୀଙ୍କୁ ପଦ୍ମଫୁଲ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ସେ ଆହ୍ୱାନ କରିଥିଲେ । ସଭା ମଂଚରେ ଜିଲ୍ଲା ଉପ ସଭାପତି କମଳାକାନ୍ତ ସୂତାର ସଭାପତିତ୍ୱ କରିଥିବା ବେଳେ ବିଜେପିର ବିଧାନସଭା ପ୍ରାର୍ଥୀ ମନମୋହନ ସାମଲ, ଧାମନଗର ବିଧାନସଭା ପ୍ରାଥୀୀ ବିଷ୍ଣୁଚରଣ ସେଠୀ, ଭଦ୍ରକ ସାଂସଦ ଅର୍ଜ୍ଜୁନ ଚରଣ ସେଠୀ, ବିଜେପି ଜିଲ୍ଲା ନାରୀନେତ୍ରୀ ମନସ୍ମିତା ଖୁଂଟିଆ, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ବିଜେପି ନିର୍ବାଚନ ପ୍ରଚାର କମିଟି ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ଧଳ, ସଂଗ୍ରାମସେନାର ଅଧ୍ୟକ୍ଷ ସଂଗ୍ରାମ ରାଉତ, ପ୍ରଫୁଲ ସାହୁ ରତିକାନ୍ତ ସାହୁ, ବିଶ୍ୱକେଶରୀ ମହାନ୍ତି, ପୂର୍ଣ୍ଣଚନ୍ଦ୍ର ପାଣି, ମିତ୍ରଭାନୁ ଅଗସ୍ତି, କାହ୍ନୁଚରଣ ବେହେରା, ମାଳତୀଲତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।