ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା

Jan 9, 2022 - 09:06
 81
ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା
ଭୁବନେଶ୍ୱର ୦୯।୦୧: ମାର୍କେଟ ବିଲ୍ଡିଂ ଉଠା ଦୋକାନୀଙ୍କ ଆତ୍ମହତ୍ୟା । ମୃତକ ଭୁବନେଶ୍ୱର ବଡ଼ବଡ଼ ଅଞ୍ଚଳର ଅଜିତ ସାହାଣୀ ବୋଲି ଜଣାପଡିଛି । ଅଜିତଙ୍କ ମୃତ୍ୟୁ ପରେ ପୁରା ପରିବାର ଭାଙ୍ଗି ପଡିଛନ୍ତି । ଖବର ଅନୁଯାୟୀ, ଦୀର୍ଘ ୨୦ ବର୍ଷ ହେଲା ମାର୍କେଟ ବିଲ୍ଡ଼ିଂ ଏକ ପ୍ରମୁଖ ଷ୍ଟୋର ସମ୍ମୁଖରେ ବେଡ଼୍‌ସିଟ୍‌ ଦୋକାନ ଦେଇଥିଲା । କିନ୍ତୁ ଏଇ କିଛି ଦିନ ତଳେ ମାର୍କେଟ ବିଲ୍ଡ଼ିଂରୁ ଦୋକାନ ଉଠା ଯିବା ପରେ ମାନସିକ ଚାପରେ ଥିଲେ ଅଜିତ ସାହାଣୀ । ଯାହାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି । ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଅଜିତ ।