ମଧ୍ୟାହ୍ନ ଭୋଜନକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର

Aug 26, 2022 - 13:34
 66
ମଧ୍ୟାହ୍ନ ଭୋଜନକୁ କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର
ଭୁବନେଶ୍ୱର : ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବାକୁ ୨୦୨୨-୨୩ ଶିକ୍ଷାବର୍ଷର ପ୍ରଥମ ଇନଷ୍ଟଲମେଣ୍ଟ ଏଯାଏ କେନ୍ଦ୍ର ସରକାର ଦେଇନାହାନ୍ତି । ଗତ ଏପ୍ରିଲ ମାସରୁ ମଧ୍ୟାହ୍ନ ଭୋଜନ ବାବଦ ଅନୁଦାନ ରାଜ୍ୟକୁ ମିଳିନି । ଫଳରେ ରାଜ୍ୟ ସରକାର ଏସବୁ ଖର୍ଚ୍ଚ ବହନ କରିବେ । ଏନେଇ ଅର୍ଥ ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାସାଙ୍ଗକୁ ଅନୁଦାନ ଦେବାକୁ କେନ୍ଦ୍ରକୁ ଚିଠି ଲେଖିଛି ବିଭାଗ । ପିଲାଙ୍କୁ ମଧ୍ୟାହ୍ନଭୋଜନ ଦେବାକୁ କେନ୍ଦ୍ର ସରକାର ୬୦ ଓ ରାଜ୍ୟ ସରକାର ୪୦ପ୍ରତିଶତ ଅର୍ଥ ଦିଅନ୍ତି । ହେଲେ ଗତ ଏପ୍ରିଲ ମାସରୁ କେନ୍ଦ୍ର ସରକାର ନିଜସ୍ୱ ଅଂଶ ଦେଉନାହାନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ମନ୍ତ୍ରୀ ଶ୍ରୀ ଦାଶ ଉଲ୍ଲେଖ କରିଛନ୍ତି, ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ସମୁଦାୟ ୯୦୬କୋଟି ୯୫ଲକ୍ଷ ୫୨ହଜାର ଟଙ୍କା ଖର୍ଚ୍ଚ ହେବ । ଏଥିରେ କେନ୍ଦ୍ରର ଅଂଶ ୫୭୫ କୋଟି ୯୮ଲକ୍ଷ ୧୫ହଜାର ଟଂକା ରହିଥିବାବେଳେ ରାଜ୍ୟର ଅଂଶ ହେଉଛି ୩୩୦ କୋଟି ୯୭ଲକ୍ଷ ୩୭ହଜାର ଟଙ୍କା । ଏହି ଟଙ୍କା ମଧ୍ୟରୁ ଏପର୍ଯ୍ୟନ୍ତ ପ୍ରଥମ ଇନଷ୍ଟଲମେଣ୍ଟ ଏପର୍ଯ୍ୟନ୍ତ ଆସିନାହିଁ । ଯାହାଦ୍ୱାରା ମଧ୍ୟାହ୍ନଭୋଜନ ବ୍ୟବସ୍ଥା ଚଳାଇବାକୁ ରାଜ୍ୟ ସରକାର ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟ ସରକାର ନିଜସ୍ୱ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ଏହା ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ନିଜସ୍ୱ ଅର୍ଥ ଦେବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ଏହା ଉପରେ ଗୁରୁତ୍ୱ ଦେଇ କେନ୍ଦ୍ର ଅଂଶ ମଞ୍ଜୁର କରିବାକୁ ମନ୍ତ୍ରୀ ଶ୍ରୀ ଦାଶ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରୁଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ର ଅର୍ଥ ଦେଇ ନଥିବାରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଚଳାଇବାକୁ ରାଜ୍ୟ ସରକାର ୪ମାସର ବକେୟା ଅର୍ଥ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରିବେ । ଏଥିପାଇଁ ୨୦୦କୋଟି ଟଙ୍କା ରାଜ୍ୟ ସରକାର ଦେବେ । ଆସନ୍ତା ସପ୍ତାହେ ଭିତରେ ସମସ୍ତ ଆକାଉଣ୍ଟକୁ ଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ।