ମାନସ ହତ୍ୟା ମାମଲା, ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ

Mar 23, 2022 - 10:06
 49
ମାନସ ହତ୍ୟା ମାମଲା, ଏଣିକି ତଦନ୍ତ କରିବ କ୍ରାଇମବ୍ରାଞ୍ଚ
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେଇଛି । ଡିଜିପିଙ୍କ ନିଦେ୍ର୍ଧଶ କ୍ରମେ ଏବେ କ୍ରାଇମବ୍ରାଞ୍ଚ ଏହି ମାମଲାର ତଦନ୍ତ କରିବ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜେ ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ସଂପୃକ୍ତି ଥିବା ଶର୍ମିଷ୍ଠା ରାଉତଙ୍କ କାର ଠାବ ହୋଇଛି । ଭୁବନେଶ୍ବରର ସୁନ୍ଦରପଦା ସ୍ଥିତ ଏକ ଆପାର୍ଟମେଣ୍ଟରୁ ଶର୍ମିଷ୍ଠାଙ୍କ ଜବତ କରିଛି ପୋଲିସ । ମାନସ ହତ୍ୟା ମାମଲାକୁ ନେଇ ୱେବ ଚ୍ୟାନେଲର ସମ୍ପାଦିକା ଶର୍ମିଷ୍ଠା ରାଉତଙ୍କର ଗୋଟିଏ ପରେ ଗୋଟିଏ ସୁରାକ ଖୋଜିବାରେ ଲାଗିଛି ପୋଲିସ । ଗତକାଲି ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ଶର୍ମିଷ୍ଠାଙ୍କ ଭାଇ ପରମେଶ୍ବର ରାଉତଙ୍କୁ ପୋଲିସ ଗିରଫ କରିଛି । ଆଜି ତାଙ୍କ ଆପାର୍ଟମେଣ୍ଟରୁ OD02BA6599 ନମ୍ବର ଥିବା ଏକ ଧଳା ସାଣ୍ଟ୍ରୋ କାରକୁ ଜବତ କରିଛି । ମାନସ ସ୍ବାଇଁଙ୍କ ହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଥିବାବେଳେ ମୃତ ମାନସ ପାଖରେ ଥିବା ମେମୋରି ଚିଫକୁ ଖୋଜୁଛି ପୋଲିସ । ଚିଫର ସତ୍ୟତା ଖୋଲିଯିବା ଭୟରେ ମାନସକୁ ରାସ୍ତାରୁ ହଟାଇ ଦେଇଥିଲେ ଶ୍ରମିଷ୍ଠା ଓ ନିରଞ୍ଜନ । ତେବେ ଏହାର ପ୍ରମାଣ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ଅନ୍ୟପଟେ ଶର୍ମିଷ୍ଠା ଯାଉଥିବା ସ୍ଥାନ ଗୁଡ଼ିକୁ ପୋଲିସ ରେଡ ମାରିଛି । ଶର୍ମିଷ୍ଠା ଆଶ୍ରମ ସମେତ ତାର‌ ଏକ ଫ୍ଲାଟରେ ମଧ୍ୟ ରେଡ କରାଯାଇଛି ।