କିଭରେ ଜାରି ସଂଘର୍ଷ ଭିତରେ ୟୁରୋପ ଯିବେ ଜୋ ବାଇଡେନ, ରୁଷ ଉପରେ ଲାଗୁ ହୋଇପାରେ ନୂଆ କଟକଣା

Mar 23, 2022 - 15:32
 73
କିଭରେ ଜାରି ସଂଘର୍ଷ ଭିତରେ ୟୁରୋପ ଯିବେ ଜୋ ବାଇଡେନ, ରୁଷ ଉପରେ ଲାଗୁ ହୋଇପାରେ ନୂଆ କଟକଣା
ନୂଆଦିଲ୍ଲୀ,୨୩/୦୩ : ୟୁକ୍ରେନର ରାଜଧାନୀ କିଭ ଦଖଲ କରିବାରେ ବିଫଳ ହୋଇଛି ରୁଷ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକେନ ପ୍ରସଙ୍ଗରେ ୟୁରୋପୀୟ ନେତାଙ୍କ ସହ ଆଲୋଚନା କରିବା ପାଇଁ ବ୍ରସେଲ୍ସ ଗସ୍ତ କରିବେ। ୟୁକ୍ରେନକୁ ସହାୟତା ପ୍ରଦାନ କରିବା ପାଇଁ ରୁଷ ଉପରେ ନୂଆ ପ୍ରତିବନ୍ଧକ ନେଇ ଘୋଷଣା କରିପାରନ୍ତି। ୟୁକ୍ରେନର ରାଜଧାନୀ ଉପରେ ରୁଷ ସେନା ଲଗାତାର ବୋମା ବର୍ଷଣ କରୁଥିବା କିଭ୍ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କିଭ ଦଖଲ ପାଇଁ ଆଗକୁ ବଡୁଥିବା ରୁଷ ସେନାକୁ କଡା ଜବାବ ଦେଉଛି ୟୁକ୍ରେନ ସେନା। ବାରମ୍ୱାର ପଛକୁ ହଟୁଛି ରୁଷ ସେନା। ପାଶ୍ଚାତ୍ୟ ରାଷ୍ଟ୍ରର ଗୁଇନ୍ଦା ରିପୋର୍ଟ ଆକଳନ ଯୁଦ୍ଧରେ ରୁଷ ସେନାକୁ ବଡ଼ କ୍ଷତି ପହଞ୍ଚିଛି। ତେବେ ଘେରାବନ୍ଦୀରେ ଥିବା ୟୁକ୍ରନର ସହର ଗୁଡିକରେ ସେଠାକାର ନାଗରିକଙ୍କ ସ୍ଥିତି ଖରାପ ହେଉଥିବା ଜଣାପଡିଛି। ଆମେରିକାର ଦାବି ଯୁଦ୍ଧରେ ରୁଷ ନିଜ ସାମରିକ ଶକ୍ତିର ୧୦ ପ୍ରତିଶତ ହରାଇ ସାରିଛି। ଏଥିରେ ସୈନିକ, ଟ୍ୟାଙ୍କ ଏବଂ ସାମିରକ ଅସ୍ତ୍ରଶସ୍ତ୍ର ସାମିଲ ରହିଛି। ପେଣ୍ଟାଗନ ଅନୁସାରେ ୟୁକ୍ରେନର ସୈନିକ ଏବେ ବି ରୁଷ ସେନାକୁ କଡା ଜବାବ ଦେଉଛନ୍ତି। ୟୁକ୍ରେନର ଦକ୍ଷିଣରେ ଥିବା ଖେରସାନ ଯାହା ରୁଷ ଅକ୍ତିଆରରେ ରହିଛି ସେଠାରେ ୟୁକ୍ରେନ ସେନା ଏବେବି କଡା ଜବାବ ଦେଉଛନ୍ତି। ନାଗରିକମାନେ ବନ୍ଧୁକ କିଣି ରୁଷ ସେନା ବିପକ୍ଷରେ ଯୁଦ୍ଧ ଲଢୁଛନ୍ତି।