ଚଳିତଥର ରାଜ୍ୟବ୍ୟାପୀ ହୋଲି ଖେଳ ମନା

Feb 28, 2022 - 13:55
 54
ଚଳିତଥର ରାଜ୍ୟବ୍ୟାପୀ ହୋଲି ଖେଳ ମନା
ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ହ୍ରାସ ପାଉଥିବା ବେଳେ ରାଜ୍ୟ ସରକାର ଅନଲକିଂ ପ୍ରକ୍ରିୟା ଆରମ୍ଭ କରିଛନ୍ତି। କିନ୍ତୁ କୋଭିଡ୍ ସଂକ୍ରମଣ ବୃଦ୍ଧିର ଆଶଙ୍କା କରି ବିବାହ ଭୋଜିରେ ସର୍ବାଧିକ ୫୦୦ ଜଣ, ଶୁଦ୍ଧିକ୍ରିୟାରେ ୨୫୦ଜଣ ଲୋକଙ୍କୁ ଅନୁମତି ଦେବା ସହ ଚଳିତବର୍ଷ ରାଜ୍ୟବ୍ୟାପୀ କେହି ସର୍ବସାଧାରଣ ସ୍ଥାନରେ ହୋଲି ଖେଳି ପାରିବେ ନାହିଁ ବୋଲି କଟକଣା ଜାରି କରିଛନ୍ତି। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଏନେଇ ମାର୍ଚ୍ଚ ୧ରୁ ୩୧ତାରିଖ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି। ଚଳିତବର୍ଷ ହୋଲି ଓ ଏ ସଂକ୍ରାନ୍ତ ରୀତିନୀତି ରାଜ୍ୟବ୍ୟାପୀ ସର୍ବସାଧାରଣ ସ୍ଥାନରେ ପାଳନ ହେବ ନାହିଁ। ଲୋକେ ନିଜ ପରିବାର ସଦସ୍ୟଙ୍କ ସହ ଘର ଭିତରେ ହୋଲି ପାଳନ କରିବେ । କିନ୍ତୁ ତାହା ସାର୍ବଜନୀନ ରାସ୍ତା କିମ୍ବା ସ୍ଥାନରେ ନୁହେଁ ବୋଲି ଏସଆରସି ସ୍ପଷ୍ଟ କରିଛନ୍ତି । ତେବେ ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନେ ଆବଶ୍ୟକତାକୁ ଦେଖି ଅତିରିକ୍ତ କଟକଣା ଜାରି କରିପାରିବେ ।