ଝିଅକୁ ଚୋଟ ମାରି ମା’କୁ ଦଂଶିଲା ସାପ, ଚାଲିଗଲା ଉଭୟଙ୍କ ଜୀବନ

Apr 22, 2022 - 07:02
 52
ଝିଅକୁ ଚୋଟ ମାରି ମା’କୁ ଦଂଶିଲା ସାପ, ଚାଲିଗଲା ଉଭୟଙ୍କ ଜୀବନ
ନୂଆପଡା ୨୨।୦୪ : ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା କେନ୍ଦୁବାହାରା ଗାଁରେ ଦୁଃଖଦ ଘଟଣା । ସାପ କାମୁଡାରେ ମା ଓ ଝିଅ ମୃତଙ୍କର ମୃତ୍ୟୁ ହୋଇଛି । ମୃତ ଝିଅର ବୟସ ପ୍ରାୟ ୧୪ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁଯାୟୀ, ମା ଓ ନାବାଳିକ ଝିଅ ରାତିରେ ଖାଇ ଶୋଇବାକୁ ଯାଇଥିଲେ । ଉଭୟ ଘରେ ଶୋଇଥିବା ବେଳେ ନାବାଳିକା ଝିଅକୁ କାମୁଡିଥିଲା । ଏହାକୁ ମା ସାପକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ସାପଟି ଓଲଟା ମାଆଙ୍କୁ ଚୋଟ ମାରିଥିଲା । ଯାହାଫଳରେ ମାଆ ଓ ଝିଅ ଗୁରୁତର ହୋଇଥିଲେ । ତୁରନ୍ତ ତାଙ୍କୁ ସେଠାରୁ ଉଦ୍ଧାର କରି ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥାରେ ଗୁରୁତର ଥିବାରୁ ବୁର୍ଲା ସ୍ଥିତ ମେଡିକାଲକୁ ସ୍ଥାନାନ୍ତରିତ କରାଯାଉଥିଲା । ହେଲେ ଅଧାରାସ୍ତାରେ ମାଆ ଓ ଝିଅଙ୍କର ମୃତ୍ୟୁ ହୋଇଯାଇଛି ।