ମମତାଙ୍କ ଇଟାଲୀ ଟ୍ରିପ୍‌କୁ ଅନୁମତି ଦେଲାନି କେନ୍ଦ୍ର

Sep 25, 2021 - 13:00
 94
ମମତାଙ୍କ ଇଟାଲୀ ଟ୍ରିପ୍‌କୁ ଅନୁମତି ଦେଲାନି କେନ୍ଦ୍ର
ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଇଟାଲୀ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ଶାନ୍ତି ସମ୍ମିଳନୀକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ସମ୍ମଳନୀ ଇଟାଲୀରେ ଅନୁଷ୍ଠିତ ହେବ। ଏଥିରେ ମମତା ଯୋଗଦେବାର ଥିଲା। କିନ୍ତୁ ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ମମତାକୁ ଅନୁମତି ଦେଇନାହିଁ। ବିଶ୍ୱ ସ୍ତରୀୟ ଶାନ୍ତି ସମ୍ମିଳନୀରେ ଜଣେ ମୁଖ୍ୟମନ୍ତ୍ରୀ ଯୋଗଦେବାର ଷ୍ଟାଟସ ନାହିଁ। ସେ କେବେ ହେଲେ ଭାରତ ପକ୍ଷରୁ କୌଣସି ବିଶ୍ୱସ୍ତରୀୟ ସମ୍ମିଳନୀରେ ପକ୍ଷ ରଖିବାକୁ ଉପଯୁକ୍ତ ଅଧିକାରୀ ନୁହନ୍ତି। ତେଣୁ ତାଙ୍କୁ ମନ୍ତ୍ରଣାଳୟ ଅନୁମତି ଦେଇ ନଥିବା ଜଣାପଡ଼ିଛି। ଏହି ସମ୍ମିଳନୀରେ ଜର୍ମାନୀ ଚାନସେଲର ଆଞ୍ଜେଲ ମୋର୍କେଲ, ପପ ଫ୍ରାନସିସ୍‌ ଓ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଦାରାଘି ଯୋଗଦେବେ। ମଦର ଟେରେସାଙ୍କ ଉପରେ ଏହି ବିଶ୍ୱ ଶାନ୍ତି ସମ୍ମିଳନୀ ଆୟୋଜନ ହେଉଛି। ଇଟାଲୀ ସରକାର ମମତାଙ୍କୁ ଏଥିପାଇଁ ନିମନ୍ତ୍ରଣ ଦେବା ସହ ନିଜ ସହ କୌଣସି ପ୍ରତିନିଧି ମଣ୍ଡଳ ନ ଆଣିବାକୁ କହିଥିଲେ।