ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିରେ ମାନହାନି ମକଦ୍ଦମା

Oct 31, 2021 - 06:11
 64
ମନ୍ତ୍ରୀଙ୍କ ନାଁରେ ୧୦୦ କୋଟିରେ ମାନହାନି ମକଦ୍ଦମା
ମୁମ୍ବାଇ: ମନ୍ତ୍ରୀଙ୍କ ନାଁରେ ମାନହାନି ମକଦ୍ଦମା। ୧୦୦ କୋଟି ଟଙ୍କା ମାନହାନି ମକଦ୍ଦମା କଲେ ବିଜେପି ନେତା। ଲଗାତର ତାଙ୍କ ନାଁରେ ଅଭିଯୋଗ ଆଣିବା ପରେ ରାଗିଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ବିଜେପି ନେତା। ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନ୍‌ସିପି ନେତା ନୱାବ ମଲିକଙ୍କ ନାଁରେ ମାମଲା ଦାୟର କରିଛନ୍ତି ବିଜେପି ନେତା ମୋହିତ କାମ୍ବୋଜ। ମୁମ୍ବାଇ ଡ୍ରଗ୍ସ ପାର୍ଟି ମାମଲାରେ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଜାମିନ ମିଳି ସାରିଛି। ସେ ଜେଲ୍‌ରୁ ମୁକୁଳି ସାରିଛନ୍ତି। କିନ୍ତୁ ମହାରାଷ୍ଟ୍ରର ମନ୍ତ୍ରୀ ନୱାବ ମଲିକଙ୍କ ବୟାନବାଜି ଯୋଗୁଁ ଏହି ମାମଲା ଏବେବି ଚର୍ଚ୍ଚାରେ ରହିଛି। ଗତ କିଛି ଦିନ ହେବ ନୱାବ ମଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ କ୍ରମାଗତ ଭାବେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସହ କନେକସନ୍‌ ଥିବା କଥା ଉଠାଇଥିଲେ। ଏହି କାରଣରୁ ଅକ୍ଟୋବର ୯ରେ ମଲିକଙ୍କୁ ଏକ ନୋଟିସ ପଠାଇଥିଲେ ମୋହିତ । ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ ବୋଲି ମୋହିତ ଏହି ନୋଟିସ ଜରିଆରେ ଜୋର ଦେଇ କହିଥିଲେ। କିନ୍ତୁ ନୱାବ ମଲିକ ନୋଟିସ ସତ୍ତ୍ୱେ ତାଙ୍କ ଉପରେ ଟାର୍ଗେଟ କରିବା ଜାରି ରଖିଥିଲେ। ଅକ୍ଟୋବରରେ ୧୧ରେ ପୁଣି ଥରେ ମୋହିତଙ୍କ ପରିବାରକୁ ଟାର୍ଗେଟ କରିଥିଲେ ନୱାବ।