ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ

Oct 31, 2021 - 09:48
 89
ମନ୍ତ୍ରୀ ପ୍ରତାପ ଜେନା ଅସୁସ୍ଥ
ଫୁଲବାଣୀ: ମନ୍ତ୍ରୀ ପ୍ରତାପ ଜେନାଙ୍କର ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା। କନ୍ଧମାଳ ଜିଲ୍ଲା ଗସ୍ତରେ ଥିବା ମନ୍ତ୍ରୀ ପ୍ରତାପ ଜେନା ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି। ସେ ବର୍ତ୍ତମାନ ଫୁଲବାଣୀ ସର୍କିଟ ହାଉସରେ ବିଶ୍ରାମ ନେଉଛନ୍ତି। ଏକ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଜାରି ରଖିଛନ୍ତି। ତାଙ୍କୁ ଜ୍ୱର ହେବା ସହିତ ସେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଛନ୍ତି। ଏଥିସହ ତାଙ୍କର ନିମ୍ନ ରକ୍ତଚାପ ଥିବା ସୂଚନା ମିଳିଛି। ଭୁବନେଶ୍ୱରରୁ ଏକ ଏୟାର ଆମ୍ବୁଲାନ୍ସ ଫୁଲବାଣୀ ଯାଉଛି। ତାଙ୍କୁ ସେଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟିଂ କରାଯିବ। ଏନେଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଏଡିଏମ୍ଓ ଅଭୟ ପଟ୍ଟନାୟକଙ୍କ ସୂଚନା ଦେଇଛନ୍ତି।