ମଧୁସ୍ମିତା ବିଏମସି କଂଗ୍ରେସର ମେୟର ପ୍ରାର୍ଥୀ

Mar 4, 2022 - 06:17
 54
ମଧୁସ୍ମିତା ବିଏମସି କଂଗ୍ରେସର ମେୟର ପ୍ରାର୍ଥୀ
ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ମେୟର ପଦବୀ ପାଇଁ ତିନି ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଚଳିତ ଥର କଡା ଟକ୍କର ହେବ । ତେବେ କେଉଁ ଦଳ କାହାକୁ ପ୍ରାର୍ଥୀ କରିବ ସେନେଇ କଡା ଅଗ୍ନିପରୀକ୍ଷାର ସମ୍ମୁଖୀନ ହେଉଛନ୍ତି ସମସ୍ତ ଦଳ । ତେବେ ଏହା ମଧ୍ୟରେ କଂଗ୍ରେସର ମେୟର ପ୍ରାର୍ଥୀଙ୍କ ନାମ ସାମ୍ନାକୁ ଆସିିଛି । ମଧୁସ୍ମିତା ଆଚାର୍ଯ୍ୟଙ୍କୁ କଂଗ୍ରେସ ମେୟର ପ୍ରାର୍ଥୀନୀ ଭାବେ ଉପସ୍ଥାପିତ କରିଛି । ଏ ବାବଦରେ ଆଜି ବିଧିବଦ୍ଧ ଭାବେ ଦଳର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ ଘୋଷଣା କରିଛନ୍ତି ।