ମଧୁସୂଦନଙ୍କ ନାମରେ ଚେୟାର ପ୍ରତିଷ୍ଠା ପ୍ରସ୍ତାବକୁ ସ୍ୱାଗତ

Apr 29, 2018 - 15:19
 172
କଟକ,୩୦/୪(ସକାଳଖବର): କିଟ୍ ବିଶ୍ୱବିଦ୍ୟାଳୟ ଲ’ ସ୍କୁଲରେ ଉକ୍ରଳ ଗୌରବ ମଧୁସୂଦନଙ୍କ ନାମରେ ଚେୟାର ପ୍ରତିଷ୍ଠା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ଏହାଦ୍ୱାରା ଆଇନ୍ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ମଧୁବାବୁଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଅଧିକ ତଥ୍ୟ ଜାଣିପାରିବେ ବୋଲି କଟକ ଜିଲ୍ଲା ଉକ୍ରଳ ସମ୍ମିଳନୀର ସଭାପତି ଡାକ୍ତର ରବିରଞ୍ଜନ ସାହୁ ମତବ୍ୟକ୍ତ କରିଛନ୍ତି । ଏକ ପ୍ରେସ ବିଜ୍ଞପ୍ତିରେ ଡାକ୍ତର ସାହୁ ଜଣାଇଛନ୍ତି ଯେ, ମଧୁବାବୁ ଓଡ଼ିଆମାନଙ୍କ ସ୍ୱାଭିମାନର ପ୍ରତୀକ ହୋଇଥିବାରୁ ତାଙ୍କ ନାମରେ ଚେୟାର ପ୍ରତିଷ୍ଠା ଏକ ଆବଶ୍ୟକତା ବୋଲି ଦର୍ଶାଇଛନ୍ତି । ସେହିପରି ଭାବେ ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବିଶେଷ କରି ଯେଉଁଠାରେ ଆଇନ୍ ଅଧ୍ୟୟନର ସୁଯୋଗ ରହିଛି, ସେଠାରେ ମଧୁବାବୁଙ୍କ ନାମରେ ଚେୟାର ପ୍ରତିଷ୍ଠା କରାଯିବା ଉଚିତ । ଏହାଦ୍ୱାରା ମଧୁବାବୁଙ୍କ କାର୍ଯ୍ୟ ପଦ୍ଧତି ଉପରେ ଅଧିକ ଗବେଷଣା କରାଯାଇପାରିବ ବୋଲି ଡାକ୍ତର ସାହୁ କହିଛନ୍ତି । ଏହି ଦୃଷ୍ଟିରୁ ରାଜ୍ୟ ସରକାର ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟଗୁଡ଼ିକରେ ମଧୁବାବୁଙ୍କ ନାମରେ ଚେୟାର ପ୍ରତିଷ୍ଠା କରିବା ପାଇଁ ଡାକ୍ତର ସାହୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରିଛନ୍ତି ।