ମଡେଲ ସୌମ୍ୟ ଆତ୍ମହତ୍ୟା, ସୋନାଲି ନାଁ’ରେ ମାମଲା

Apr 20, 2022 - 07:07
 45
ମଡେଲ ସୌମ୍ୟ ଆତ୍ମହତ୍ୟା, ସୋନାଲି ନାଁ’ରେ ମାମଲା
ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲା । ଗାୟିକା ସେନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁ’ରେ ମାମଲା ରୁଜୁ ହୋଇଛି । ହାଇକୋର୍ଟଙ୍କ ନିଦେ୍ର୍ଧଶ କ୍ରମେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲ ରୁଜୁ ହୋଇଛି । ଆଜି ହାଇକୋର୍ଟଙ୍କ ନିଦେ୍ର୍ଧଶକ୍ରମେ ସୋନାଲି ଓ ତାଙ୍କ ମା’ଙ୍କ ନାଁ’ରେ ମାମଲା ରୁଜୁ ହୋଇଛି । ଗତ ଜାନୁଆରୀ ୩୦ତାରିଖରେ ସୌମ୍ୟ ରଂଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍ ନୋଟ୍ ଲେଖିଥିଲେ, ସେଥିରେ ସେ ସିଧାସଳଖ ସୋନାଲିଙ୍କୁ ଦାୟୀ କରିଥିଲେ । ପରେ ଅନେକ ଭିଡିଓ, ଅଡିଓ, ଫୋଟୋ ସବୁ ଭାଇରାଲ ହୋଇଥିଲା । ଭାଇରାଲ ହୋଇଥିବା ଅଡିଓ କ୍ଲିପରେ ସୌମ୍ୟ ତାଙ୍କ ଆତ୍ମହତ୍ୟା କଥା ସୋନାଲି ଓ ତାଙ୍କ ମାଆଙ୍କୁ କହିଥିଲେ । ତଥାପି ସେମାନେ ସୌମ୍ୟଙ୍କୁ ଅଟକାଇ ନଥଲେ । ଏନେଇ ସୌମ୍ୟଙ୍କ ପରିବାର ପକ୍ଷରୁ ବାରମ୍ବାର ଥାନାକୁ ଦଉଡିଥିଲେ ମଧ୍ୟ ପୋଲିସ୍ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ତେଣୁ ସୌମ୍ୟଙ୍କ ପରିବାର ଲୋକେ ହାଇକୋର୍ଟ ଯାଇଥିଲେ । ଆଜି ହାଇକୋର୍ଟଙ୍କ ନିଦେ୍ର୍ଧଶ ପରେ ପୋଲିସ୍ ମମଲା ରୁଜୁ କରିବାକୁ ବାଧ୍ୟ ହୋଇଛି।