ଭୟଙ୍କର ଦୁର୍ଘଟଣା , ଗୋଟିଏ ପରିବାରର ୮ମୃତ

Jun 7, 2022 - 05:54
 55
ଭୟଙ୍କର ଦୁର୍ଘଟଣା , ଗୋଟିଏ ପରିବାରର ୮ମୃତ
ଜୟପୁର: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା । ବିବାହରେ ଯୋଗ ଦେବାକୁ ଯାଉଥିବା ବେଳେ କାର-ଟ୍ରକ ମୁହାଁମୁହିଁ ଧକ୍କା ହେବାରୁ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ବାରମେର ଜିଲ୍ଲାର ଗୁଡାମଲାନି ରାସ୍ତାରେ ଏହି ଦୁର୍ଘଟଣା ଘଟିଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ, ଜାଲୋର ଜିଲ୍ଲାର ସାନଚୋରରେରୁ ସୋମବାର ରାତିରେ ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ଏକ ଏସୟୁଭି କାରରେ ଗୁଡାମଲାନିରେ ଏକ ବିବାହରେ ଯୋଗଦେବାକୁ ବାହରିଥିଲେ । କିନ୍ତୁ ବିବାହରେ ପହଞ୍ଚିବା ପୂର୍ବରୁ ଏସୟୁଭି କାରକୁ ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ଆହତ ହୋଇଥିଲେ । ପରେ ହସ୍ପିଚାଲରେ ୨ଜଣଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।