କାଳବୈଶାଖୀର ବିଭୀଷିକା: ୨୦ଘଣ୍ଟା ପରେ ବି ତରଳୁନି ବରଫ

Apr 25, 2023 - 06:05
 25
କାଳବୈଶାଖୀର ବିଭୀଷିକା: ୨୦ଘଣ୍ଟା ପରେ ବି ତରଳୁନି ବରଫ
ନବରଙ୍ଗପୁର : ପ୍ରକୃତିର କରାଳ ରୂପ ଗତକାଲି ସଂଧ୍ୟାରେ ଦେଖିଲା ନବରଙ୍ଗପୁର ଜିଲ୍ଲା। କାଳବୈଶାଖୀର ଏମିତି ପ୍ରଭାବ ଏତେମାତ୍ରାରେ ପଡ଼ିଥିଲା ଯେ, ବାତ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ପ୍ରାୟ ୪୫ମିନିଟ୍‌ ଧରି କୁଆପଥର ବର୍ଷା ହୋଇଥିଲା। ତେବେ, ୨୦ ଘଣ୍ଟା ପରେ କୁଆପଥର ତରଳି ନଥିବା ଦେଖିବାକୁ ମିଳିଛି। recommended by GENFIT WATCH Every Indian Should Get This Incredible Rs.1999 Smartwatch LEARN MORE ସୂଚନା ଅନୁସାରେ, ଜିଲ୍ଲାର ଦୁଇଟି ବ୍ଲକ୍‌ର ପ୍ରାୟ ୮ଖଣ୍ଡ ଗ୍ରାମରେ କାଳବୈଶାଖୀ ଦେଖାଦେଇଥିଲା। ଏଥିସହିତ, କୁଆପଥର ବର୍ଷା ହୋଇଥିଲା। ଦେଦାଶପଲ୍ଲି ଗ୍ରାମର କ୍ଷତିଗ୍ରସ୍ତ କୈଳାସ ମାଝୀଙ୍କ କହିବା ହେଲା, ପ୍ରାୟ ୩ଶହ ଏକର ମକା ସହ ପରିବା ଚାଷ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପବନର ବେଗ ଏତେ ରହିଥିଲା ଯେ, ଅନେକ ମକା ଗଛ ଉପୁଡ଼ିବା ସହ ଉଡ଼ିଯାଇ ଅନେକ ଦୂରରେ ପଡ଼ିଛି। ସେହିପରି ବରଫର ଆସ୍ତରଣ ୨୦ଘଣ୍ଟା ପରେ ଅର୍ଥାତ୍‌ ଆଜି ଅପରାହ୍ନ ପର୍ଯ୍ୟନ୍ତ ରାସ୍ତାଘାଟରେ ଦେଖିବାକୁ ମିଳିଥିଲା। ବହୁ ଚାଷ ଜମିରେ ମଧ୍ୟ ବରଫ ଜମି ରହିଥିଲା। ତୁଳାରାମ ରନ୍ଧାରୀ, ଉମେଶ ବେବର୍ତ୍ତା, ପୁରସତି ମାଝୀ, ଖଗେଶ୍ବର ଚୌଧୁରୀ ପ୍ରମୁଖ ଚାଷୀ ଲକ୍ଷାଧିକ ଟଙ୍କାର ମକା ଓ ଆଖୁ ଫସଲ ନଷ୍ଟ ହୋଇଥିବା ପ୍ରକାଶ କରିଛନ୍ତି। ତେଣୁ ଋଣ ପରିଶୋଧ ଚିନ୍ତାରେ ରହିଛନ୍ତି। ଦେଦାଶପାଲୀ ଗ୍ରାମର ରଦମା ଭତରାଙ୍କ ଘର ଭାଙ୍ଗିବା ସହ କୁଆପଥର ମାଡ଼ରେ ପରିବାର ସଦସ୍ୟ ଆହତ ହୋଇଛନ୍ତି। ଘରେ ଜମିଥିବା ବରଫ ତରଳି ନଥିବାରୁ ଅପରାହ୍ନ ପର୍ଯ୍ୟନ୍ତ ରୋଷେଇ ହୋଇପାରି ନଥିଲା, ତେଣୁ ପୂରା ପରିବାର ଭୋକରେ ରହିଥିଲେ। ଗାଁର ଗୁରୁବାରୀ, ଦୁର୍ଜନ ଭତରା, ଗଙ୍ଗାଧର ଭତ୍ରା, ନୀଳକଣ୍ଠ ଭତ୍ରା, ଲକୁମୁ ଭତ୍ରା, ବ୍ରଜରାଜ ମାଝୀ, ହେମଧର ଭତ୍ରା ପ୍ରମୁଖ ଏବେ ମୁଣ୍ଡ ଗୁଞ୍ଜିବାକୁ ଆଶ୍ରୟ ଖୋଜୁଛନ୍ତି।