ଭୂଷଣ ଷ୍ଟିଲ୍ ଅଧିଗ୍ରହଣ ପାଇଁ ଟାଟା ଷ୍ଟିଲ୍ ଦାଖଲ କରିଥିବା ସମାଧାନ ଯୋଜନାକୁ ଏନ୍ଏସିଏଲଟି, ନୂଆଦିଲ୍ଲୀର ଅନୁମୋଦନ

May 16, 2018 - 14:03
 173
ଭୂଷଣ ଷ୍ଟିଲ୍ ଅଧିଗ୍ରହଣ ପାଇଁ ଟାଟା ଷ୍ଟିଲ୍ ଦାଖଲ କରିଥିବା ସମାଧାନ ଯୋଜନାକୁ ଏନ୍ଏସିଏଲଟି, ନୂଆଦିଲ୍ଲୀର ଅନୁମୋଦନ
ଭୁବନେଶ୍ୱର, ୧୫/୫: ଟାଟା ଷ୍ଟିଲ୍ ଲିମିଟେଡ୍ ପକ୍ଷରୁ ଏଠାରେ ଘୋଷଣା କରାଯାଇଛି ଯେ ଇନସଲଭେନ୍ସି ଆଣ୍ଡ୍ ବ୍ୟାଙ୍କରପ୍ସି କୋଡ୍ (ଆଇବିସି), ୨୦୧୬ର କର୍ପୋରେଟ୍ ଇନ୍ସଲ୍ଭେନ୍ସି ରିଜଲୁ୍ୟସନ୍ ପ୍ରୋସେସ୍ (ସିଆଇଆର୍ପି) ଅନୁଯାୟୀ ଭୂଷଣ ଷ୍ଟିଲ୍ ଲିମିଟେଡ (ବିଏସ୍ଏଲ୍)ର ନିୟନ୍ତ୍ରଣକାରୀ ଅଂଶଧନ ହାସଲ କରିବା ପାଇଁ ଟାଟା ଷ୍ଟିଲ୍ ଯେଉଁ ସମାଧାନ (ରିଜଲୁ୍ୟସନ୍) ଯୋଜନା ଦାଖଲ କରିଥିଲା ତାହାକୁ ଜାତୀୟ କଂପାନି ଲ’ ଟ୍ରିବୁ୍ୟନାଲ୍ର ପ୍ରଧାନ ଖଣ୍ଡପୀଠ, ନୂଆଦିଲ୍ଳୀ ଅନୁମୋଦନ ପ୍ରଦାନ କରିଛନ୍ତି । ଅନୁମୋଦିତ ହୋଇଥିବା ଯୋଜନାର ସର୍ତ ଅନୁଯାୟୀ ଟାଟା ଷ୍ଟିଲ୍ର ଏକ ସମ୍ପୂର୍ଣ୍ଣ ସହଯୋଗୀ ସଂସ୍ଥା ବାମ୍ନିପାଲ୍ ଷ୍ଟିଲ୍ ଲିମିଟେଡ୍ (ବିଏନ୍ପିଏଲ୍) ପ୍ରାରମ୍ଭିକ ପର୍ଯ୍ୟାୟରେ ସେୟାର ପିଛା ୨ ଟଙ୍କା ମୂଲ୍ୟ ହିସାବରେ ୧୫୮.୮୯ର ହାରାହାରି ଟଙ୍କା ପ୍ରଦାନ କରି ବିଏସ୍ଏଲ୍ର ୭୨.୬୫% ଇକ୍ୱିଟି ସେୟାର ପୁଂଜି ହାସଲ କରିବ । ବିଏସ୍ଏଲ୍କୁ ଋଣ ପ୍ରଦାନ କରିଥିବା ଆର୍ଥିକ ସଂସ୍ଥାଗୁଡ଼ିକ ଏହି ମାମଲାର ସମାଧାନ କରିବା ପାଇଁ ମୋଟ ୩୫,୨୦୦ କୋଟି ଟଙ୍କା ହାସଲ କରିବେ । ଏହି ସମାଧାନ ପ୍ରକ୍ରିୟାରେ ବିଏନ୍ପିଏଲ୍ର କିଛି ଋଣକୁ ମଧ୍ୟ ବିଚାରକୁ ନିଆଯିବ । ଏହି ସମାଧାନ ପାଇଁ ପାଣ୍ଠିକୁ ଟାଟା ଷ୍ଟିଲ୍/ବିଏନ୍ପିଏଲ୍ ପକ୍ଷରୁ କ) ଇକ୍ୱିଟି ସବ୍ସ୍କ୍ରିପସନ୍ ଓ ଖ) ଇଂଟର-କର୍ପୋରେଟ୍ ଋଣ, ଯାହା ୯୦୦୦ କୋଟି ଟଙ୍କା ଓ ତାହାକୁ ବିଏସଏଲ୍ର ଇକ୍ୱିଟି ସେୟାରରେ ପରିଣତ କରିବାର ବିକଳ୍ପ ରହିବ ତାହାକୁ ମିଳିତ ଭାବେ ହାସଲ କରାଯିବ । ସିଆଇଆରପି ଖର୍ଚ ଓ କର୍ମଚାରୀଙ୍କ ବକେୟା ପାଇଁ ଦରକାର ହେବାକୁ ଥିବା ଅତିରିକ୍ତ ଖର୍ଚ ବିଏନ୍ପିଏଲ୍ ପ୍ରଦାନ କରିବ । ମଞ୍ଜୁର ହୋଇଥିବା ଯୋଜନା ଅନୁଯାୟୀ, ଋଣ ଦେଇଥିବା ଆର୍ଥିକ ସଂସ୍ଥାଗୁଡ଼ିକୁ ୧୪.୫ କୋଟି ଟଙ୍କାର ଋଣକୁ ସେୟାର ପିଛା ୨ ଟଙ୍କା ମୂଲ୍ୟରେ ଇକ୍ୱିଟି ସେୟାର ଆବଂଟନ କରାଯିବ । ସମାଧାନ ଯୋଜନା ଅନୁଯାୟୀ ଆର୍ଥିକ ସଂସ୍ଥାଗୁଡ଼ିକ ବିଏସଏଲ୍ର ଥିବା ପୁରୁଣା ସେୟାର (ଅଂଶଧନ)କୁ ବନ୍ଧକ ମଧ୍ୟ ରଖିପାରିବେ । କଂପାନିର ବକେୟା ରିଡିମେବଲ୍ ପ୍ରିଫରେନ୍ସ ସେୟାରକୁ ବିଏନ୍ପିଏଲ୍ ଖରିଦ କରିବ ଓ ଯାହା ବିଏନ୍ପିଏଲ୍କୁ ସ୍ଥାନାନ୍ତର ହୋଇପାରିବନି ତାହା ମଞ୍ଜୁର ଯୋଜନା ଅନୁଯାୟୀ ଚୂଡ଼ାନ୍ତ ତାରିଖ (କ୍ଲୋଜିଂ ଡେଟ୍)ରେ ରିଡିମ୍ ହୋଇଯିବ । ଉଭୟ ମାମଲାରେ ହାରାହାରି ୧୦୦ ଟଙ୍କା ହିସାବରେ କାମ କରାଯିବ । ମଞ୍ଜୁର ହୋଇଥିବା ସମାଧାନ ଯୋଜନା ଅନୁଯାୟୀ, ବିଏସଏଲ୍ର ପ୍ରମୋଟର ଭାବେ ବିଏନ୍ପିଏଲ୍କୁ ବିବେଚନା କରାଯିବ ଓ ସେବିର ଲିଷ୍ଟିଂ ନିୟମ ଓ ଘୋଷଣାନାମା ଆବଶ୍ୟକତା ନିୟମ, ୨୦୧୫ ଅନୁଯାୟୀ ବିଏସଏଲ୍ର ପୁରୁଣା ପ୍ରମୋଟା ଓ ପ୍ରମୋଟର ଗ୍ରୁପ୍ଙ୍କୁ ସେମାନଙ୍କ ଦାୟିତ୍ୱରୁ ବାଦ ଦିଆଯିବ ।