ଏସ୍ବିଆଇ କାର୍ଡ ଗ୍ରାହକ ସଂଖ୍ୟା ୬ ନିୟୁତ ଟପିଲା

May 16, 2018 - 14:00
 173
ଏସ୍ବିଆଇ କାର୍ଡ ଗ୍ରାହକ ସଂଖ୍ୟା ୬ ନିୟୁତ ଟପିଲା
ଭୁବନେଶ୍ୱର, ୧୬ ମଇ ୨୦୧୮: କ୍ରେଡିଟ୍ କାର୍ଡ ଜାରି କରୁଥିବା ଦେଶର ଅଗ୍ରଣୀ ସଂସ୍ଥା ଏସ୍ବିଆଇ କାର୍ଡ ପକ୍ଷରୁ କାର୍ଡ ପରିମାଣରେ ସର୍ବକାଳୀନ ଦ୍ରୁତ ଅଭିବୃଦ୍ଧି ସହିତ ଏହାର କାର୍ଡଧାରୀଙ୍କ ସଂଖ୍ୟାକୁ ୬ ନିୟୁତରୁ ଅଧିକ ସ୍ତରରେ ପହଂଚାଇଛି । କଂପାନି ପକ୍ଷରୁ ୨୦୧୭ ସେପ୍ଟେଙ୍କରରୁ ୨୦୧୮ ଫେବ୍ରୁଆରି ମଧ୍ୟର ୬ ମାସରେ ୧ ନିୟୁତରୁ ଅଧିକ ଗ୍ରାହକ ଯୋଗ କରାଯାଇଛି, ଫଳରେ ଦେଶର ଦ୍ୱିତୀୟ ବୃହତ କ୍ରେଡିଟ୍ କାର୍ଡ ଜାରି କରୁଥିବା ସଂସ୍ଥା ଭାବେ ଏହା ନିଜର ସ୍ଥିତିକୁ ସୁଦୃଢ଼ କରିଛି ଓ ଏହାର ବଜାର ଅଂଶକୁ ୧୬%କୁ ପହଂଚାଇଛି । ୨୦୧୬ ଅକ୍ଟୋବରରୁ ୨୦୧୭ ସେପ୍ଟେଙ୍କର ମଧ୍ୟରେ କଂପାନି ୧ ନିୟୁତ କାର୍ଡ ଯୋଗ କରି ୫ ନିୟୁତ ଗ୍ରାହକ ସଂଖ୍ୟାର ମାଇଲଖୁଂଟ ହାସଲ କରିଥିଲା । ଏହା ପରଠାରୁ ଅଭିବୃଦ୍ଧି ଦ୍ୱିଗୁଣିତ ହୋଇଛି । ହାରାହାରି କାର୍ଡ ଖର୍ଚ ପରିମାଣ ମାସକୁ ୭୦୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି ଯାହା ବର୍ଷକ ପୂର୍ବରୁ ୪୦୦୦ କୋଟି ଟଙ୍କା ଥିଲା । ଏ ବିଷୟରେ, ଶ୍ରୀଯୁକ୍ତ ହରଦୟାଲ୍ ପ୍ରସାଦ, ଏମ୍ଡି ଓ ସିଇଓ, ଏସ୍ବିଆଇ କାର୍ଡ କହିଛନ୍ତି ଯେ, “ଆମେ ହାସଲ କରିଥିବା ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି ଆମ ଗ୍ରାହକଙ୍କ ନିରନ୍ତର ବିଶ୍ୱାସ ଓ ସହଯୋଗର ଫଳ । ’ କଂପାନିର ଲକ୍ଷ୍ୟ ଓ ଭବିଷ୍ୟତ ବିଷୟରେ ସେ କହିଛନ୍ତି ଯେ, “ଭାରତ ଦ୍ରୁତ ଗତିରେ ଡିଜିଟାଲ୍ ହେଉଥିବାରୁ ଏଠାରେ ପୁନ୧⁄୨ ଅଭିବୃଦ୍ଧି ଓ ନୂତନତ୍ୱ ପାଇଁ ବହୁତ ସୁଯୋଗ ରହିଛି ବୋଲି ଆମେ ଭାବୁଛୁ । ୨୦୧୭ ଆର୍ଥିକ ବର୍ଷରୁ ୨୦୧୮ ଆର୍ଥିକ ବର୍ଷର ଏକ ବର୍ଷ ମଧ୍ୟରେ ହାରାହାରି ମାସିକ କାର୍ଡ ଖର୍ଚରେ କଂପାନି ବର୍ଷକୁ ବର୍ଷ ୭୫%ରୁ ଅଧିକ ବୃଦ୍ଧି ହାସଲ କରିଛି ଯାହା ଶିଳ୍ପ ଅଭିବୃଦ୍ଧି ହାରଠାରୁ ପାଖାପାଖି ଦୁଇ ଗୁଣ ଅଧିକ । ୨୦୧୭ ଆର୍ଥିକ ବର୍ଷରୁ ୨୦୧୮ ଆର୍ଥିକ ବର୍ଷ ଭିତରେ ଗ୍ରାହକ ସଂଖ୍ୟାରେ ବଜାର ଅଂଶ ୧୫%ରୁ ୧୬%ରୁ ଅଧିକକୁ ବୃଦ୍ଧି ପାଇଥିବା ବେଳେ କାର୍ଡ ଖର୍ଚରେ ବଜାର ଅଂଶ ପରିମାଣ ୧୩%ରୁ ୧୬%ରୁ ଅଧିକକୁ ବୃଦ୍ଧି ପାଇଛି । ଏସ୍ବିଆଇ କାର୍ଡର ଅଭିବୃଦ୍ଧି ବିଭିନ୍ନ ବିଷୟ ଯୋଗୁଁ ବଢ଼ିଛି । କଂପାନି ଏକ ସୁଦୃଢ଼ ପ୍ରିମିୟମ୍ ପୋର୍ଟଫୋଲିଓ ଗଠନ କରିଛି ଯାହା ଖର୍ଚକୁ ଉଲ୍ଲେଖନୀୟ ଅବଦାନ ପ୍ରଦାନ କରୁଛି । ଏସ୍ବିଆଇ କାର୍ଡ ଏଲିଟ୍ ଟପ୍ ଏଣ୍ଡ୍ ପ୍ରିମିୟମ୍ ଉପôାଦ ହୋଇଥିବା ବେଳେ ଏସ୍ବିଆଇ କାର୍ଡ ପ୍ରାଇମ୍ ସହରାଂଚଳ ଓ ଯୁବ ଆଶାୟୀ ଗ୍ରାହକଙ୍କ ଆବଶ୍ୟକତା ପୂରଣ କରୁଛି । ନୂତନତ୍ୱ କ୍ଷେତ୍ରରେ ଏସ୍ବିଆଇ କାର୍ଡ ସବୁ ବେଳେ ଆଗରେ ରହିଛି ଓ ବିଭିନ୍ନ ପ୍ରକାର ସ୍ୱତବ ଉପôାଦ ଯଥା ଯୁବ ଅନଲାଇନ୍ ପିଢ଼ିଙ୍କ ପାଇଁ ସିମ୍ପ୍ଲି କ୍ଲିକ୍ ଏସ୍ବିଆଇ କାର୍ଡ, ଡକ୍ଟର୍ସ ଏସ୍ବିଆଇ କାର୍ଡ ଇତ୍ୟାଦି ଜରିଆରେ ସ୍ୱତବ ପ୍ରକାର ଗ୍ରାହକମାନଙ୍କ ଆବଶ୍ୟକତା ପୂରଣ କରୁଛି ।