ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‌, ୧ମ ଦିନ: ଭାରତକୁ ୧୦୯ରେ ଅଲ୍‌ଆଉଟ୍‌ କରି ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ

Mar 1, 2023 - 09:18
 29
ଭାରତ-ଅଷ୍ଟ୍ରେଲିଆ ୩ୟ ଟେଷ୍ଟ୍‌, ୧ମ ଦିନ: ଭାରତକୁ ୧୦୯ରେ ଅଲ୍‌ଆଉଟ୍‌ କରି ବ୍ୟାଟିଙ୍ଗ୍‌ କରୁଛି ଅଷ୍ଟ୍ରେଲିଆ
ଇନ୍ଦୋର୍‌: ଆଜି ଇନ୍ଦୋରସ୍ଥିତ ହୋଲ୍‌କର୍‌ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ‘ବର୍ଡର୍‌ ଗାଭାସ୍କର୍‌ ଟ୍ରଫି ୨୦୨୩’ର ତୃତୀୟ ଟେଷ୍ଟ୍‌ ମ୍ୟାଚ୍‌ରେ ଭାରତୀୟ ଟିମ୍‌କୁ ୧୦୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ବ୍ୟାଟିଙ୍ଗ୍‌ ଜାରି ରଖିଛି। ସଦ୍ୟତମ ସୂଚନା ଅନୁସାରେ, ଏଯାବତ୍‌ ୧୮ ଓଭର୍‌ ଖେଳି ୧ ୱିକେଟ୍‌ ବିନିମୟରେ ଭାରତ ୫୬ ରନ୍‌ ସଂଗ୍ରହ କରିଛି। ଅଷ୍ଟ୍ରେଲିଆର ବ୍ୟାଟସ୍‌ମ୍ୟାନ୍‌ ଟ୍ରେଭିସ୍‌ ହେଡ୍‌ଙ୍କୁ ଆଉଟ୍‌ କରି ଭାରତ ତରଫରୁ ପ୍ରଥମ ୱିକେଟ୍‌ଟି ଅକ୍ତିଆର କରିଛନ୍ତି ରବୀନ୍ଦ୍ର ଜାଦେଜା। ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ତରଫରୁ ଓପେନର୍‌ ଯୋଡ଼ି ଭାବେ ଆସିଥିଲେ ଟ୍ରେଭିସ୍‌ ହେଡ୍‌ ଓ ଉସ୍‌ମାନ୍‌ ଖାୱାଜା।