ଭାରତ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା, ବାଦ୍‌ ପଡିଲେ ୩ ଅଭିଜ୍ଞ କ୍ରିକେଟର୍

Feb 21, 2022 - 13:27
 54
ଭାରତ ବିପକ୍ଷ ଟି-ଟ୍ବେଣ୍ଟି ସିରିଜ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା, ବାଦ୍‌ ପଡିଲେ ୩ ଅଭିଜ୍ଞ କ୍ରିକେଟର୍
ନୂଆଦିଲ୍ଲୀ ୨୧/୦୨: ଭାରତ ବିପକ୍ଷ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ ପାଇଁ ଦଳ ଘୋଷଣା କରିଛି ଶ୍ରୀଲଙ୍କା । ଆହତ କାରଣରୁ ଦଳରୁ ବାଦ୍‌ ପଡିଛନ୍ତି ଏକାଧିକ ଖେଳାଳି । ନିର୍ଭରଯୋଗ୍ୟ ​‌ଅବିଷ୍କା ଫର୍ଣ୍ଣାଣ୍ଡୋଙ୍କ ସମେତ ୩ ଖେଳାଳିଙ୍କୁ ଦଳରେ ସ୍ଥାନ ମିଳିନାହିଁ । ଟି-୨୦ ସିରିଜ୍ ପୂର୍ବରୁ ଭ୍ରମଣକାରୀ ଶ୍ରୀଲଙ୍କାକୁ ଏହା ଶକ୍ତ ଝଟ୍‌କା । ନିକଟରେ ଶେଷ ହୋଇଥିବା ଭାରତ ଓ୍ବେଷ୍ଟଇଣ୍ଡିଜ୍‌ ସିରିଜକୁ ୦-୩ରେ ମୂଳପୋଛ କରିଥିଲା ଭାରତ । ଯାହାକି ଦଳର ଆତ୍ମବିଶ୍ବାସ ବଢାଇଛି । ଏହା ସହିତ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଅନେକ ଅଭିଜ୍ଞଙ୍କୁ ବିଶ୍ରାମ ଦେଇଛି ବିସିସିଆଇ । ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ପାଇଁ ଅନେକ ନବାଗତଙ୍କୁ ଦଳ ସୁଯୋଗ ଦେଇଛି । ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟ୍ବେଣ୍ଟି ଟ୍ବେଣ୍ଟି ଫେବୃଆରୀ ୨୪ ତାରିଖ ଲକ୍ଷ୍ନୌ, ଦ୍ବିତୀୟ ମ୍ୟାଚ୍‌ ୨୬ ତାରିଖ ଧର୍ମଶାଳା ଏବଂ ଶେଷ ଟି-ଟ୍ବେଣ୍ଟି ଫେବୃଆରୀ ୨୭ ତାରିଖରେ ସେହି ଧର୍ମାଶାଳାରେ ଖେଳାଯିବ । ସେହିଭଳି ଶ୍ରୀଲଙ୍କା ବିପକ୍ଷ ଦୁଇ ଟିକିଆ ଟେଷ୍ଟ ପାଇ ମାର୍ଚ୍ଚ ୪ ରୁ ୮ ତାରିଖ ମୋହାଲୀ ଏବଂ ଦ୍ବିତୀୟ ଟେଷ୍ଟ ମାର୍ଚ୍ଚ ୧୨ ତାରିଖରୁ ୧୬ ତାରିଖ ଯାଏଁ ବେଙ୍ଗାଲୁରୁରେ ଖେଳାଯିବ । ଶ୍ରୀଲଙ୍କା ଟି-୨୦ ଦଳ: ଦାଶୁନ୍ ଶନାକା (ଅଧିନାୟକ), ପାଥୁମ୍ ନିଶାଙ୍କା, କୁଶଲ ମେଣ୍ଡିସ୍, ଚରିଥ୍ ଆସାଲଙ୍କା (ଉପ-କ୍ୟାପଟେନ୍), ଦଦନେଶ ଚାନ୍ଦିମାଲ୍, ଦନୁସ୍କା ଗୁନଥିଲାକା, କାମିଲ ମିସାରା, ଜାନିଥ୍ ଲିଆନେଗ, ୱାନିନ୍ଦୁ ହସାରଙ୍ଗା, ଚମାକି କରୁଣାରତ୍ନେ, ଦୁଷ୍ମନ୍ତ ଚାମିରା, ଲାହିରୁ କୁମାରା, ବିନୁରା ଫର୍ଣ୍ଣାଣ୍ଡୋ, ଶିରାନ ଫର୍ଣ୍ଣାଣ୍ଡୋ, ମହିଷ ତିକ୍ଷାନା, ଜିଫ୍ରି ୱାଣ୍ଡରସେ, ପ୍ରବୀଣ ଜୟବିକ୍ରମା, ଏସିୟାନ ଡାନିଏଲ୍‌