ଟେଷ୍ଟ୍‌ କ୍ରିକେଟ୍‌ରୁ ମୋଇନ ଅଲ୍ଲୀଙ୍କ ଅବସର

Sep 27, 2021 - 11:38
 53
ଟେଷ୍ଟ୍‌ କ୍ରିକେଟ୍‌ରୁ ମୋଇନ ଅଲ୍ଲୀଙ୍କ ଅବସର
ଲଣ୍ଡନ: ଇଂଲଣ୍ଡ କ୍ରିକେଟ୍ ଟିମ୍‌ର ଅଲ୍‌ରାଉଣ୍ଡର ମୋଇନ ଅଲ୍ଲୀ ଟେଷ୍ଟ୍ କ୍ରିକେଟ୍‌ରୁ ଅବସର ଘୋଷଣା କରଛନ୍ତି। ସୋମବାର ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ୍ ବୋର୍ଡ ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ୨୦୧୪ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ମୋଇନ୍‌। ସେ ତାଙ୍କ ଟେଷ୍ଟ କ୍ୟାରିୟରରେ ମୋଟ ୬୪ଟି ମ୍ୟାଚ୍ ଖେଳିଛନ୍ତି। ସେ ଶ୍ରୀଲଙ୍କା ବିରୋଧରେ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଶେଷଥର ପାଇଁ ଚଳିତ ମାସରେ ସେ ଭାରତ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୬୪ଟି ଟେଷ୍ଟ୍ ମ୍ୟାଚ୍‌ରୁ ସେ ୨୮.୨୯ ହାରରେ ୨,୯୧୪ ରନ୍ କରିଛନ୍ତି। ଏହା ମଧ୍ୟରେ ରହିଛି ୫ଟି ଶତକ ଓ ୧୪ଟି ଅର୍ଦ୍ଧଶତକ। ସେହିଭଳି ଅଫ୍ ସ୍ପିନ୍ ବୋଲିଂ କରୁଥିବା ଅଲ୍ଲୀ ଟେଷ୍ଟରେ ୧୯୫ଟି ଓ୍ୱିକେଟ୍ ନେଇଛନ୍ତି। ଟେଷ୍ଟ୍ ବୋଲିଂରେ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୫୩ ରନ୍‌ରେ ୬ଟି ଓ୍ୱିକେଟ୍। ଟେଷ୍ଟ ପୂର୍ବରୁ ସେ ୨୦୧୪ରେ ଇଂଲଣ୍ଡର ଦିନିକିଆ ଟିମ୍‌ରେ ସ୍ଥାନ ପାଇଥିଲେ। ଏହି ଫର୍ମାଟରେ ସେ ତାଙ୍କ ଖେଳ ଜାରି ରଖିବେ।