ବ୍ରାଉନସୁଗାର ସହିତ ୨ ମହିଲା ଗିରଫ

Jun 5, 2018 - 19:10
 212
ବ୍ରାଉନସୁଗାର ସହିତ ୨ ମହିଲା ଗିରଫ
ବାରିପଦା(୦୫/୦୬): ବାରିପଦା ପୌରପରିଷଦର ଶୁନଗଡ଼ିଆଅଞ୍ଚଳରୁ ମଙ୍ଗଳବାର ପୂର୍ବାହ୍ନରେ ବାରିପଦା ସଦର ଅବକାରୀ ବିଭାଗପକ୍ଷରୁ ଚଢ଼ାଉ କରାଯାଇ ସରସ୍ୱତୀ ମୁଖୀଙ୍କ ନିକଟରୁ ୮ ଗ୍ରାମ ଓପ୍ରୟଙ୍କା ମୁଖୀଙ୍କ ନିକଟରୁ ସାଢେ଼ ୫ ଗ୍ରାମ ଏହିପରି ମୋଟ ସାଢେ୧୩ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ପରେ ଚୋରା ମାରାତ୍ମକନିଶା ଦ୍ରବ୍ୟ ବ୍ୟବସାୟ ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଜବତ ହୋଇଥିବା ବ୍ରାଉନସୁଗାର ମୂଲ୍ୟଆନ୍ତର୍ଜାତିକ ବଜାରରେ ୧.୩୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲିଅବକାରୀ ସୂତ୍ରରୁ ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ଅବକାରୀ ଅଧିକ୍ଷକ ରବୀନ୍ଦ୍ର କୁମାର ସାହୁ ବିଶେଷ ସୂତ୍ରରୁ ଖବର ପାଇବା ପରେ ଏହି ଦୁଇ ପଡେ଼ାଶୀଙ୍କ ଘର ଉପରେ ଚଢ଼ାଉ କରିଥିଲେ । ପ୍ରକାଶ ଥାଉକି,ସରସ୍ୱତୀ ମୁଖୀ ୨୦୧୬ରେ ବ୍ରାଉନସୁଗାର ବ୍ୟବସାୟ ଚଳାଇଥିବା ବେଳେଧରାପଡ଼ି ଜେଲ ଯାଇଥିଲେ ।ଜେଲରୁ ଜାମିନରେ ବାହାରିବା ପରେପୁଣି ତାଙ୍କର ପୁରୁଣା ବ୍ୟବସାୟ ଅରମ୍ଭ କରିଦେଇଥିବା ବେଳେ ପୁଣି ଆଜି ଧରାପଡ଼ି ଜେଲ ଗଲେ ।