ବ୍ରହ୍ମପୁର- ସୁରତ ଦୈନିକ ୨ ଟି ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Aug 28, 2018 - 17:49
 200
ବ୍ରହ୍ମପୁର- ସୁରତ  ଦୈନିକ  ୨ ଟି ଟ୍ରେନ୍ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଚିଠି
ଭୁବନେଶ୍ୱର, ୨୮/୮ (ସକାଳଖବର):ଗୁଜୁରାଟର ସୁରତରେ କାମ କରୁଥିବା ଓଡିଆ ଲୋକଙ୍କ ପାଇଁ ବ୍ରହ୍ମପୁରରୁ ସୁରତକୁ ଦୈନିକ ୨ ଟିଟ୍ରେନ୍ ଚାଲୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରେଳବାଇ ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଦର୍ଶାଇଛନ୍ତି ଯେ ସୁରତରେ ଥିବା ପୋଷାକ କାରଖାନା ଓ ହୀରା ଶିଳ୍ପରେ ବହୁ ଓଡିଆ କାମ କରୁଛନ୍ତି । ୭ ଲକ୍ଷ ଓଡିଆ ସେଠାରେ ବସବାସ କରୁଛନ୍ତି । ସେମାନଙ୍କ ପାଇଁ ବ୍ରହ୍ମପୁରରୁ ସିଧାସଳଖ ଟ୍ରେନ୍ ନାହିଁ । ବର୍ତମାନ ପୁରୀ-ଅହମଦାବାଦ୍ ଏକ୍ସପ୍ରେସ୍ ସପ୍ତାହକୁ ୪ ଦିନ ଏବଂ ପୁରୀ-ଓଖା ଓ ପୁରୀ-ଗାନ୍ଧିଧାମ ଏକ୍ସପ୍ରେସ୍ ସପ୍ତାହକୁ ଗୋଟିଏ ଦିନ ଲେଖାଏଁ ଯାତାୟତ କରୁଛି । ଯାହାକି ଯଥେଷ୍ଟ ହେଉନାହିଁ । ତେଣୁ ଯିବାଆସିବା ପାଇଁ ୨ ଟି ଟ୍ରେନ୍ ପ୍ରତ୍ୟେହ ଚାଲୁ କରିବାକୁ ପଦକ୍ଷେପ ନେବାପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।