ବେଲଜିୟମ୍ର ୨-୧ରେ ବିଶ୍ୱକପ୍ ବିଜୟ ଅଭିଯାନ ଶୁଭାରମ୍ଭ

Nov 28, 2018 - 17:27
 154
ଭୁବନେଶ୍ୱର, ୨୮/୧୧(ସକାଳଖବର) ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି ହକି ମହାକୁମ୍ଭ । ପୁରୁଷ ହକି ବିଶ୍ୱକପ୍ ର ପ୍ରଥମ ମ୍ୟାଚ୍ ରେ ମୁହାଁମୁହିଁ ହୋଇଥିଲେ କାନାଡା ଓ ବେଲଜିୟମ୍ । ବେଲଜିୟମ୍ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି । ମ୍ୟାଚ୍ ଅ ।ରମ୍ଭରୁ ହିଁ ବେଲଜିୟମ କାନାଡା ଉପରେ ·ପ ସୃଷ୍ଟି କରିଥିଲା । ବିଶ୍ୱକପର ପ୍ରଥମ ଗୋଲ ବେଲଜିୟମ ମ୍ୟାଚର ୩ ମିନିଟରେ ହାସଲ କରିଥିଲା । ବେଲଜିୟମର ଟମ୍ ବୋନ୍ ଦେଇଥିବା ଏକ ପାସ୍ କୁ ଫେଲିକ୍ସ ଡେନାୟେର ଗୋଲରେ ପରିଣତ କରିଥିଲେ । ଏହାପରେ ମ୍ୟାଚର ୨୨ ତମ ମିନିଟରେ ବେଲଜିୟମ ଅଧିନାୟକ ଥୋମାସ ବ୍ରିଲେସ୍ କ୍ୟାନାଡା ଗୋଲପୋଷ୍ଟକୁ ବଲ୍ ମାରି ଦଳକୁ ୨-୦ରେ ଅ ।ଗୁଅ । କରିଦେଇଥିଲେ । ୨-୦ରେ ପଛରେ ଥିବା କାନାଡା ଉଦ୍ୟମ କରିଥିଲେ ହେଁ ତୃତୀୟ କ୍ୱାର୍ଟରେ କୌଣସି ସୁଫଳ ପାଇନଥିଲା । କାନାଡା ଦଳ ମ୍ୟାଚର ୪୭ ମିନିଟରେ ଏକ କର୍ଣ୍ଣର ପାଇଥିଲା । ଏହାକୁ ମାର୍କ ପିୟରସନ୍ ଗୋଲରେ ପରିଣତ କରି ସ୍ଥିତି ୨-୧କୁ ଅ ।ଣିଥିଲେ । ଏହାପରେ ବେଲଜିୟମ ବେଶ ରକ୍ଷଣାତ୍ମକ ଢଙ୍ଗର ଖେଳ ପ୍ରଦର୍ଶନ କରିଥିଲା । ଶେଷରେ ବେଲଜିୟମ୍ ମ୍ୟାଚ ଟିକୁ ୨-୧ରେ ଜିତି ନେବା ସହ ବିଜୟରୁ ନିଜର ବିଶ୍ୱକପ୍ ଅଭିଯାନ ଅ ।ରମ୍ଭ କରିଛି ।