ହୀରାକୁଦ ଡ୍ୟାମରେ ଫାଟ!

Aug 24, 2022 - 10:26
 45
ହୀରାକୁଦ ଡ୍ୟାମରେ ଫାଟ!
ଭୁବନେଶ୍ୱର: ହୀରାକୁଦ ଡ୍ୟାମର ସ୍ଥିତି ନେଇ ପୁଣି ଥରେ ସୃଷ୍ଟି ହେଲା ପ୍ରଶ୍ନବାଚୀ। ଡ୍ୟାମର ବିଭିନ୍ନ ସ୍ଥାନରେ ଫାଟ ଥିବା ନେଇ ରିପୋର୍ଟ ପରେ ବଢ଼ିଲା ଚର୍ଚ୍ଚା। ଅପରେସନ ଗ୍ୟାଲେରୀ, ଫାଉଣ୍ଡେସନ ଗ୍ୟାଲେରୀରେ ରହିଛି ଫାଟ। ଉଭୟ ବାମ ଓ ଦକ୍ଷିଣ ସ୍ପିଲେୱେ ଗେଟ୍‌ ସାଫ୍ଟ, ସ୍ଲୁଇସ୍‌ ବ୍ୟାରେଲରେ ଫାଟ ରହିଛି। ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ଡ୍ୟାମ୍‌ ନିରୀକ୍ଷଣ କରିବାକୁ ମହାନଦୀ ବେସିନ୍‌ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି। ୨୦୨୦ ମସିହାରେ DSRP ଟିମ୍‌ ଯାଞ୍ଚ କରି ଅଧିକ ଅନୁଧ୍ୟାନ ପାଇଁ କହିଥିଲେ। ସ୍ପିଲେୱେ ତଳମୁଣ୍ଡ ଯାଞ୍ଚ ଡ୍ରୋନ ଦ୍ୱାରା କରିବାକୁ ପରାମର୍ଶ ଦେଇଥିଲେ। ଅଣ୍ଡରୱାଟର ଭିଡିଓଗ୍ରାଫି କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ପ୍ରତି ୫ ବର୍ଷରେ ଥରେ ସର୍ଭେ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଥିଲା। ତେବେ ୧୯୯୯ ପରଠାରୁ ଆ ସର୍ଭେ କରାଯାଇନଥିବା ଜଣାପଡ଼ିଛି। ତେଣୁ ତୁରନ୍ତ ଏକ୍ସପର୍ଟ ପ୍ୟାନେଲ ଦ୍ୱାରା ସର୍ଭେ କରିବାକୁ ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖିଛି ମହାନଦୀ ବେସିନ୍‌।