ବିଶ୍ୱ କର୍କଟ ଦିବସ ଅବସରରେ ଆପୋଲୋ ହସ୍ପିଟାଲ ପକ୍ଷରୁ ସଚେତନତା ମାରାଥନ୍‌

Feb 6, 2022 - 09:53
 77
ବିଶ୍ୱ କର୍କଟ ଦିବସ ଅବସରରେ ଆପୋଲୋ ହସ୍ପିଟାଲ ପକ୍ଷରୁ ସଚେତନତା ମାରାଥନ୍‌
ଭୁବନେଶ୍ୱର: ବିଶ୍ୱ କର୍କଟ ଦିବସରେ ଜନସଚେତନତା ନିମନ୍ତେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର କ୍ୟାନ୍ସର ସେଟଂର ପରିସରରୁ ଏକ ୧୦ କିମି ଳମ୍ବା ମାରାଥନ୍‌ ଆୟୋଜିତ ହୋଇଛି । ନାଲକୋର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ରୀଧର ପାତ୍ର , ଡା. ଏଲ ଶତପଥୀ, ଜି,ମ୍‌. ମେଡିକାଲ ସର୍ଭିସେସ୍‌ ନାଲ୍‌କୋ, ଆପୋଲୋ ହସ୍ପିଟାଲ୍‌ ଏଟଂରପ୍ରାଇଜ୍‌ ଲିମିଟେଡ୍‌ର (କେନ୍ଦ୍ରାଚଂଳ) ସିଇଓ ଶ୍ରୀ ସୁଧିର ଏମ୍‌ ଡିଗିକର ଓ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡା.ଆଲୋକ ଶ୍ରୀବାସ୍ତଭଙ୍କ ଉପସ୍ଥିତିରେ ଏହି ମାରାଥନ୍‌ ଉଦ୍‌ଘାଟିତ ହୋଇଛି । ବାଣୀ ବିହାର, ରୁପାଲି ସ୍କୋଆର, ରାମ ମନ୍ଦିର ସ୍କୋଆର, ହାଉସିଂ ବୋର୍ଡ ସ୍କୋଆର ଏବଂ ଆଚାର୍ଯ୍ୟ ବିହାର ସମେତ ସହରର ପ୍ରମୁଖ ଛକ ଦେଇ ଏହି ମାରାଥନ ଆପୋଲ ହସ୍ପିଟାଲ ପରିସରରେ ଶେଷ ହୋଇଛି । ଚଳିତ ବର୍ଷର ବିଷୟ ବସ୍ତୁ ‘ଏକାଠି କ୍ୟାନସରକୁ ଜିଣିବା’ ଆଧାରରେ ଜନ ସଚେତନତା ସୃଷ୍ଟି କରି ସହଳ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ଲକ୍ଷଲକ୍ଷ ମୂଲ୍ୟବାନ ଜୀବନ ରକ୍ଷା କରାଯାଇ ପାରୁଛି ବୋଲି ସଚେତନ ଦେଇଛି ଏହି ମାରାଥନ । ୧୦୦ରୁ ଅଧିକ ଅଂଶଗ୍ରହଣକାରୀ ଏହି ମାରାଥନ୍‌ରେ ଯୋଗ ଦେଇ କର୍କଟ ସଚେତନତା ବାର୍ତ୍ତା ଦେଇଛନ୍ତି । ଏହି ମାରାଥନ୍‌ରେ ଅଶୋକ ଦଣ୍ଡସେନା, ରଶ୍ମୀ ରଂଜନ ନାୟକ ଓ ରୋହିତ କୁମାର ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଡା. ଏଲ ଶତପଥୀଙ୍କ ଦ୍ୱାରା ସମ୍ମାନିତ ହୋଇଛନ୍ତି । ପ୍ରତ୍ୟେକ ବର୍ଷ ସମଗ୍ର ବିଶ୍ୱରେ ଏହି ଦିନକୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ଆପୋଲୋ କର୍କଟ କେନ୍ଦ୍ରଗୁଡ଼ିକ ୧୪୭ ଟି ଦେଶରୁ ଲକ୍ଷ ଲକ୍ଷ କର୍କଟ ରୋଗୀଙ୍କ ପାଇଁ ଏକ ଉନ୍ନତ କର୍କଟ ଚିକିତ୍ସା ସେବା ପ୍ରଦାନ କରୁଥିବା ଡାକ୍ତରଖାନା ଭାବେ କାର୍ଯ୍ୟ କରୁଛି । ଆପୋଲୋ ହସ୍ପିଟାଲ୍‌ ଗ୍ରୁପ୍‌ର ୧୪ ତମ କର୍କଟ ହସ୍ପିଟାଲ୍‌ ଭାବରେ ଆପୋଲୋ କର୍କଟ କେନ୍ଦ୍ର - ଭୁବନେଶ୍ୱର ଏହାଠାରୁ ଭିନ୍ନ ନୁହେଁ । ଏହା ସମସ୍ତ ଆଧୁନିକ ଉପକରଣ, ପ୍ରଯୁକ୍ତିବିଦ୍ୟା, କ୍ଲିନିକ୍‌ ଏବଂ ପାରାମେଡିକାଲ୍‌ କର୍ମଚାରୀଙ୍କୁ ନେଇ ଏକ ଉତ୍କୃଷ୍ଟ ଭିତ୍ତିଭୂମୀ ଯୋଗାଇଛି । ଓଡିଶା ଏବଂ ଏହାର ପଡୋଶୀ ରାଜ୍ୟବାସୀଙ୍କୁ ସର୍ବୋତ୍ତମ ତଥା କମ୍ପ୍ରିହେନ୍‌ସିଭ୍‌ କର୍କଟ ଚିକିତ୍ସା ଯୋଗାଇଦେବାକୁ ଏହି କେନ୍ଦ୍ର ଲକ୍ଷ୍ୟ ରଖିଛି । ଆପୋଲୋ କର୍କଟ କେନ୍ଦ୍ର, ଏକ କମ୍ପ୍ରିହେନ୍ସିଭ୍‌ ୩୬୦ ଡିଗ୍ରୀ ଷ୍ଟେଟ୍‌ ଅଫ୍‌ ଆର୍ଟ ସେଟଂର, ଅତ୍ୟାଧୁନିକ କର୍କଟ ସେବା ପ୍ରଦାନକାରୀ ଡାକ୍ତରଖାନା ଭାବେ ଓଡିଶାରେ ପ୍ରଥମ ଏବଂ ଅତ୍ୟାଧୁନିକ ଲିନିଅର ଆସିଲେଟର ରାଡିଏସନ୍‌ ମେସିନ୍‌ ସହିତ ଭାରିୟାନ୍‌ ଟ୍ରୁ ବିମ୍‌ ଏସ୍‌ଟିଏକ୍ସ ସର୍ବାଧିକ ସଠିକ୍‌ ରେଡିଏସନ୍‌ ଥେରାପି ଚିକିତ୍ସା ପ୍ରଦାନ କରୁଥିବା ଡାକ୍ତରଖାନା । ଏହି ଅନୁଷ୍ଠାନରେ ଥିବା ସାଇମେନ୍ସ ୬୪ ସ୍ଲାଇସ୍‌ ପିଇଟି ସିଟି ମେସିନ୍‌ ଅଛି ଏବଂ ବାୟୋପସି ସହିତ ସମସ୍ତ ଅତ୍ୟାଧୁନିକ ଉପକରଣ ସହିତ ସମସ୍ତ କାର୍ଯ୍ୟ ଦିବସରେ ପ୍ରତ୍ୟେକ ପ୍ରକାରର ଆଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ । ଏହି କେନ୍ଦ୍ରଟି ଓଡ଼ିଶାରେ ଅର୍ଗାନ ସ୍ପେସିଫିକ୍‌ କ୍ୟାନସର ଚିକିତ୍ସା ପ୍ରଦାନ କରୁଥିବା ପ୍ରଥମ କେନ୍ଦ୍ର । ସମ୍ପ୍ରତି, ମେଡିକାଲ୍‌ ଅଙ୍କୋଲୋଜି, ରେଡିଏସନ୍‌ ଅଙ୍କୋଲୋଜି, ସର୍ଜିକାଲ୍‌ ଅଙ୍କୋଲୋଜି ଏବଂ ଆଣବିକ ମେଡିସିନ୍‌ (PET CT ସ୍କାନ୍‌) ସହିତ ଅଙ୍କୋଲୋଜିର ସମସ୍ତ ବିଭାଗରେ ସେବା ପ୍ରଦାନ କରୁଛି । କମ୍ପ୍ରିହେନ୍ସିଭ୍‌ ଆର୍ଲି କ୍ୟାନସର ସ୍କ୍ରିନିଂ ପ୍ୟାକେଜ୍‌, ସମସ୍ତ ପ୍ରକାରର କର୍କଟ ବିଶେଷତଃ ସଲିଡ୍‌ ଟ୍ୟୁମର୍‌, ହେମାଟୋ ଅଙ୍କୋଲୋଜି ଏବଂ ଁ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ସମ୍ପୁର୍ଣ୍ଣ ପ୍ରାରମ୍ଭିକ କର୍କଟ ସ୍କ୍ରିନିଂ ପ୍ୟାକେଜ୍‌, ସମ୍ପୁର୍ଣ୍ଣ ପରୀକ୍ଷଣ ଏବଂ ପରାମର୍ଶ ଭଳି ଏହି ସର୍ବୋତ୍ତମ ପିଇଟି ଏମ୍‌ଆରଆଇ ଏବଂ ପିଇଟି ସିଟି ସହିତ ସମ୍ପୂର୍ଣ୍ଣ ନିଦାନ ସୁବିଧା କରାଯାଉଛି । ବିସ୍ତୃତ ରେଡିଏସନ୍‌ ଥେରାପି ୟୁନିଟ୍‌ ଯାହା ସମସ୍ତ ପ୍ରକାରର କର୍କଟ ପାଇଁ ନିରାପଦରେ ସଠିକ୍‌ ବିକିରଣ ଚିକିତ୍ସା ପ୍ରଦାନ କରିଥାଏ ଏବଂ ସର୍ଜିକାଲ୍‌ ଅଙ୍କୋଲୋଜି ସେବାଗୁଡିକ ବିସ୍ତୃତ ଭାବରେ ପ୍ରଦାନ କରାଯାଏ । ଏହି କେନ୍ଦ୍ର କେମୋଥେରାପି, ହରମୋନାଲ୍‌ ଏବଂ ରେଡିଏସନ୍‌ ଆଣବିକ ଚିକିତ୍ସା, ଥ୍ରି-ଡି ନଫର୍ମାଲ୍‌ ରେଡିଏସନ୍‌ ଥେରାପି, ଇଟେଂନ୍ସିଟି-ମଡ୍ୟୁଲେଡ୍‌ ରେଡିଏସନ୍‌ ଥେରାପି, ଇମେଜ୍‌-ଗାଇଡ୍‌ ରେଡିଏସନ୍‌ ଥେରାପି (IGRT), ଷ୍ଟେରେଟାକ୍ଟିକ୍‌ ରେଡିଓସଜରୀ , ଷ୍ଟେରେଓଟାକିକ୍‌ ବଡି ରାଡିଏସନ୍‌ ଥେରାପୀ ଯୋଗାଉଛି । ଜଟିଳ ଏବଂ ମିନିମାଲ ଇନ୍‌ଭାସିଭ୍‌ କ୍ୟାନସର ସର୍ଜରୀ, ରିକନ୍‌ଷ୍ଟ୍ରକ୍‌ଟିଭ୍‌ ସର୍ଜରୀ, ଅର୍ଗାନ କନ୍‌ଜରଭେସନ୍‌, ପାଲିିଏଟିଭ୍‌ କେୟାର ଏବଂ ପେଡିଆଟ୍ରିକ୍‌ ଅଙ୍କୋଲୋଜି ସେବା ପ୍ରଦାନ କରୁଛି । ଆଗାମୀ ଦିନରେ ଏହି କେନ୍ଦ୍ରକୁ ଓଡିଶା ଏବଂ ପଡୋଶୀ ରାଜ୍ୟର କର୍କଟ କେୟାରରେ କ୍ଷେତ୍ରରେ ଅଧିକ ଉନ୍ନତ କେନ୍ଦ୍ରରେ ପରିଣତ କରିବା ପାଇଁ ଆହୁରି ଅନେକ ସୁବିଧା ପ୍ରଦାନ କରାଯିବାନିମନ୍ତେ ଯୋଜନା କରାଯାଇଛି ।