ଓଡିଶାରେ ମୁଣ୍ଡ ପିଛା ଆୟ ବଢୁଛି : ନୀତି ଆୟୋଗ ଉପାଧ୍ୟକ୍ଷ

Dec 15, 2021 - 06:26
 78
ଓଡିଶାରେ ମୁଣ୍ଡ ପିଛା ଆୟ ବଢୁଛି : ନୀତି ଆୟୋଗ ଉପାଧ୍ୟକ୍ଷ
ଭୁବନେଶ୍ବର ୧୫।୧୨: ଓଡିଶାରେ ପହଞ୍ଚିଲେ ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ରାଜ୍ୟର ସମସ୍ୟା ନେଇ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେବ। ଓଡିଶାକୁ ନୀତି ଆୟୋଗ ଉପାଧ୍ୟକ୍ଷ ପ୍ରଶଂସା କରିଛନ୍ତି । ଓଡିଶାରେ ମୁଣ୍ଡ ପିଛା ଆୟ ବଢୁଛି। ୨୦୧୧ରୁ ୨୦୨୦ମଧ୍ୟରେ ଓଡିଶାର ମୁଣ୍ଡ ପିଛା ଆୟ ଅଧିକ ବେଗରେ ବଢୁଛି । ଖଣିଜ ରାଶି ବଢାଇବା ପ୍ରସଙ୍ଗରେ ରାଜ୍ୟର ଦାବି ସମ୍ପର୍କିତ ଆଲୋଚନା ହେବ । ଏହାସହ ପର୍ଯ୍ୟଟନ, କୃଷି ସମ୍ପର୍କିତ ସମସ୍ୟା ଓ ବିକାଶ ଦିଗରେ ଆଲୋଚନା ହେବ । ରାଜ୍ୟଗୁଡିକର ସମସ୍ୟା କଣ ଅଛି ରାଜ୍ୟ ସରକାରଙ୍କ ସହ ଆଲୋଚନା କରି ଦେଶରେ ରାଜ୍ୟଗୁଡିକର ସ୍ବାର୍ଥ ସମ୍ବଳିତ ସମସ୍ୟାର ସମାଧାନ ସହ ବିକାଶର ବ୍ଲୁପ୍ରିଣ୍ଟ ନେଇ ଆଲୋଚନା ହୁଏ ମହତ ଉଦ୍ଦେଶ୍ୟ ନେଇ ନୀତି ଆୟୋଗ କାର୍ଯ୍ୟ କରୁଛି ବୋଲି ରାଜୀବ କୁମାର କହିଛନ୍ତି ।