ବିପୁଳ ପରିମାଣରେ ଦେଶୀ ମଦ ଜବତ

Oct 10, 2018 - 17:47
 187
ଅନୁଗୋଳ , ୧୦/୧୦ (ସକାଳଖବର): ଅନୁଗୋଳ ଥାନା ଅନ୍ତର୍ଗତ ଛେଳିଆପଡ଼ା ଗାଁରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀମଦ ଜବତ କରିବା ସହ ଅଇଁଠୁ ସାହୁଙ୍କୁ ଗିରଫ କରିଛି । ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ଅଞ୍ଚଳ ଛେଳିଆପଡ଼ା ଗାଁର ଅଇଁଠୁ ସାହୁ ଦୀର୍ଘ ଦିନ ହେଲା ଦେଶୀମଦ ବ୍ୟବସାୟ କରି ଆସୁଥିଲେ । ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଆଜି ସନ୍ଧ୍ୟା ୮ଟା ବେଳେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀମଦକୁ ଜବତ କରିବା ସହ ଅଇଁଠୁ ସାହୁଙ୍କୁ ଗିରଫ କରିଛି ।