ଜୁଲାଇ ୨ରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ

Jun 28, 2018 - 18:13
 140
ଜୁଲାଇ ୨ରେ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ
ଭୁୁବନେଶ୍ୱର,୨୮/୬(ସକାଳଖବର): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ପାଇଁ ବନ୍ଦ ରହିଥିବା ମୁଖ୍ୟମନ୍ତ୍ରୀ, ଜିଲ୍ଲାପାଳ ଓ ଏସପିଙ୍କ ଅଭିଯୋଗ ପ୍ରକୋଷ୍ଠ ଗୁଡିକ ଆସନ୍ତା ଜୁଲାଇ ୨ ତାରିଖ ଦିନ ଖୋଲିବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ନିର୍ଦେଶ ଜାରୀ କରା ଯାଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ଅପ୍ରେଲ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସମେତ ଜିଲ୍ଲାସ୍ତରୀୟ ଅଭିଯୋଗ ସେଲ ଗୁଡିକ ବନ୍ଦ ରହିଥିଲା ।