ବିନା ବରରେ ବିବାହ: ନେଲେ ସାତଫେରା

Jun 9, 2022 - 14:27
 70
ବିନା ବରରେ ବିବାହ: ନେଲେ ସାତଫେରା
ନୂଆଦିଲ୍ଲୀ: ବିନା ବରରେ ଗୁଜରାଟର କ୍ଷମା ବିନ୍ଦୁ ଶେଷରେ ବିବାହ କରିଛନ୍ତି । ବିବାହ ସମୟରେ ହଳଦୀ ଓ ମେହେନ୍ଦୀ ଉତ୍ସବ ପାଳନ ହୋଇଥିଲା । ବରୋଦାରେ ନିଜ ଘରେ ପାରମ୍ପରିକ ରୀତିନୀତି ସହ ବିବାହ କରିଛନ୍ତି । ତେବେ ଏହି ବିବାହରେ ନା ବର ଥିଲେ ନା ପଣ୍ଡିତ । ଏଥିରେ କ୍ଷମାଙ୍କ କିଛି ସାଙ୍ଗ ସାମିଲ ହୋଇଥିଲେ । ପୂର୍ବରୁ ସେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ । କିନ୍ତୁ କୌଣସି ବିବାଦ ହେବାର ୩ ଦିନ ପୂର୍ବରୁ ସେ ବିବାହ କରିଛନ୍ତି । ତାଙ୍କ ବିବାହକୁ ପଡୋଶୀ ବିରୋଧ କରୁଥିଲେ । ତେଣୁ ବିବାହ ତାରିଖ ଦିନ କୌଣସି ପ୍ରକାର ବିବାଦ ହେବା ଆଶଙ୍କାରେ ତିନି ଦିନ ପୂର୍ବରୁ ସେ ବିବାହ କରିଛନ୍ତି । କ୍ଷମା କହିଛନ୍ତି. ତାଙ୍କର ଏହି ସ୍ୱତନ୍ତ୍ର ଦିନକୁ ସେ ବର୍ବାଦ କରିବାକୁ ଚାହାନ୍ତି ନାହିଁ । ତେଣୁ ସେ ବୁଧବାର ବିବାହ କରିନେଇଛନ୍ତି । ଗୁଜରାଟରେ ବିନ୍ଦୁଙ୍କର ଏପରି ବିବାହ ହେଉଛି ପ୍ରଥମ । କିଛି ଦିନ ତଳେ ୧୧ ତାରିଖରେ ବିବାହ କରିବେ ବୋଲି କହିଥିଲେ, ବଦୋଦରାର ୨୪ ବର୍ଷୀୟ ଯୁବତୀ କ୍ଷମା ବିନ୍ଦୁ । ସେ ଅଗ୍ନିକୁ ସାକ୍ଷୀ ରଖି ନିଜେ ନିଜକୁ ବାହାହେବେ ଓ ସାତଫେରା ନେବେ ବୋଲି କହିଥିଲେ ।