ବିଧାନସଭା ସମ୍ମୁଖରେ ବିଷ ପିଇଲେ ଯୁବକ, ହାତ ବି କାଟିଲେ

Sep 8, 2021 - 08:17
 71
ବିଧାନସଭା ସମ୍ମୁଖରେ ବିଷ ପିଇଲେ ଯୁବକ, ହାତ ବି କାଟିଲେ
ଭୁବନେଶ୍ବର: ପୁଣି ବିଧାନସଭା ସମ୍ମୁଖରେ ଆତ୍ମହତ୍ୟା ଉଦ୍ୟମ । ଆଜି(ବୁଧବାର) ଜଣେ ଯୁବକ ବିଷ ପିଇବା ପରେ ହାତ କାଟି ଦେଇଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଯୁବକ ଜଣକ ଜଗତସିଂହପୁର ଜିଲ୍ଲା ନାମ କୁଜଙ୍ଗ ବ୍ଲକର ଦୁଷ୍ମନ୍ତ ଦାସ ବୋଲି ଜଣାପଡିଛି । ବିଷ ପିଇଥିବା ଯୁବକଙ୍କ କହିବା ଅନୁଯାୟୀ, ସେ ରାଜ୍ୟସରକାରଙ୍କୁ ଇଚ୍ଛା ମୃତ୍ୟୁ କାମନା କରିଥିଲେ । ମାତ୍ର ସରକାର ତାଙ୍କୁ ଚିଠି ଲେଖି ଚିକିତ୍ସା ପାଇଁ ପ୍ରତିଶ୍ରୁତି ଦେଇ ବାରମ୍ବାର ଅବହେଳା କରିଛନ୍ତି । ଏସସିବିରେ ତାଙ୍କୁ ଠିକ୍ ଚିକିତ୍ସା ଦିଆନଯାଇ ନାହିଁ । ସ୍ବାସ୍ଥ୍ୟରେ ଉନ୍ନତି ନ ଆସିଥିଲେ ମଧ୍ୟ ଜୋର କରି ଦସ୍ତଖତ କରିବାକୁ କହି ଡିସଚାର୍ଜ କରାଇଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ, ଘରେ ତାଙ୍କର ବୃଦ୍ଧ ବାପା ସାଙ୍ଗକୁ ମାନସିକ ବିକାରଗ୍ରସ୍ତ ପତ୍ନୀ । ଏପରି କ୍ଷେତ୍ରରେ କିପରି ଚଳିବି । ତେଣୁ ଇଚ୍ଛା ମୃତ୍ୟୁ ନହେଲେ ସଠିକ୍ ଚିକିତ୍ସା ଦେବାକୁ ଦାବି କରିଛନ୍ତି ଯୁବକ ଜଣକ ।