ଏଏସଆଇଙ୍କୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି :ଜୟନାରାୟଣ

Jan 30, 2023 - 07:54
 44
ଏଏସଆଇଙ୍କୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି :ଜୟନାରାୟଣ
ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାରି ହତ୍ୟା ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି, ଏହି ଘଟଣାରେ ମୁଁ ବହୁତ ମର୍ମାହତ । ଯେଉଁମାନେ ସୁରକ୍ଷା ଦାୟିତ୍ୱରେ ରହିବା କଥା ସେମାନଙ୍କ ଦ୍ୱାରା ହତ୍ୟା ହୋଇଛି । ଏହା ଏକ ଷଡଯନ୍ତ୍ର ହୋଇପାରେ ବୋଲି କହିଛନ୍ତି ଜୟନାରାୟଣ । କ୍ରାଇମବ୍ରାଞ୍ଚ ତଦନ୍ତରେ ଆମେ ସନ୍ତୁଷ୍ଟ ନୁହଁ । ଏହି ଘଟଣାରେ ସିବିଆଇ କିମ୍ବା ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତ ହେଉ । ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ପାଗଳ ଘୋଷଣା କରିବେ ବୋଲି ମୁଁ ଆଗରୁ କହିଥିଲି । ଯଦି ଉକ୍ତ ପୋଲିସ ପାଗଳ ଥିଲେ ତେବେ ତାଙ୍କୁ କାହିଁକି ବନ୍ଧୁକ ଦିଆଯାଇଥିଲା ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ । ଅନ୍ୟପଟେ ନବ ଦାସଙ୍କୁ ଗୁଳିମାଡ ଘଟଣାର କାରଣ ଖୋଜୁଛି କ୍ରାଇମବ୍ରାଂଚ । ଗତକାଲି ରାତିରେ ପାଖାପାଖି ୨ ଘଂଟା ଏଏସଆଇ ଗୋପାଳକୃଷ୍ଣ ଦାସଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ । ଏଡିଜି ଅରୁଣ ବୋଥ୍ରା ଗୋପାଳ ଦାସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି । ଗୋପାଳଙ୍କ ହ୍ୟାଣ୍ଡ ସ୍ୱାବ ନିଆଯାଇଛି । ଏହା ସହ ସେ ପିନ୍ଧିଥିବା ପୋଲିସ ପୋଷାକକୁ ମଧ୍ୟ ନେଇଛି କ୍ରାଇମବ୍ରାଂଚ ।