ବାରିପଦା: ଅବହେଳିତ ଗୋପବନ୍ଧୁ ଭବନ

Aug 12, 2018 - 14:43
 201
ବାରିପଦା: ଅବହେଳିତ ଗୋପବନ୍ଧୁ ଭବନ
ବାରିପଦା,୧୨/୮ ( ସକାଳଖବର): କଳା ସଂସ୍କୃତିର ସହର ବାରିପଦା । ଅତୀତର ଅନେକ ସ୍ୃତି ବହନ କରି ଆସୁଛି । ସହରରେ ଅନେକ ପୂଣ୍ଣ୍ୟାତ୍ମା ଜନ୍ମ ନେଇଛନ୍ତି ଓ ପାଦ ଥାପିଛନ୍ତି ଏହି ମାଟିରେ । ଦେଶ ବିଦେଶରେ ବାରିପଦା ସହରର ଏକ ସ୍ୱତନ୍ତ୍ର ପରିଚୟ ରହିଅଛି ।ି ପଣ୍ଡିତ ଗୋପବନ୍ଧୁ ଦାଶ ମୟୂରଭଞ୍ଜ ଉଚ୍ଚ ନ୍ୟାୟାଳୟରେ ସରକାରୀ ଓକିଲ ଭାବରେ କାର୍ଯ୍ୟ କରିବା ନିମନ୍ତେ ସ୍ୱାଧୀନତା ସଂଗ୍ରାମୀ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଓ ଭାଷା ଆନନେ୍ଦାଳନର ଅନ୍ୟତମ କର୍ଣ୍ଣଧାର ସାଜିଥିବା ଉକ୍ରଳ ଗୌରବ ମଧୁ ବାରିଷ୍ଟରଙ୍କର ସୁପାରିଶ କ୍ରମେ ବାରିପଦା ମାଟିରେ ପାଦ ଥାପିଥିଲେ । ମୟୂରଭଞ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ପ୍ରଜାମାନଙ୍କର ସ୍ୱାସ୍ଥ୍ୟ ଓ ବିଭିନ୍ନ ପ୍ରକାରର ସୁବିଧାସୁଯୋଗ ପ୍ରଦାନ ସହିତ ଶାସନ ବ୍ୟବସ୍ଥାକୁ ସରଳିକରଣ କରାଇବାର ମହତ୍ ଉଦେ୍ଧଶ୍ୟରେ ବିହିତ ପଦକ୍ଷେପ ନେବାକୁ ଯାଇ ୧୯୦୫ ମସିହାରେ ବାରିପଦା ମୁ୍ୟନିସିପାଲିଟି ଗଠନ କରିଥିଲେ । ଏଥିରେ ପ୍ରଥମ ଉପାଧ୍ୟକ୍ଷ ଭାବରେ ଉକ୍ରଳମଣି ଗୋପବନ୍ଧୁ ଦାଶଙ୍କୁ ମହାରାଜା ଶ୍ରୀରାମ ଚନ୍ଦ୍ର ମନୋନୀତ କରିଥିଲେ । ଏହା ବ୍ୟତୀତ ଉକ୍ରଳମଣିଙ୍କୁ ମୟୂରଭଞ୍ଜ ଉଚ୍ଚ ନ୍ୟାୟାଳୟରେ ସରକାରୀ ଓକିଲ ଭାବରେ ମଧ୍ୟ ମହାରାଜା ନିଯୁକ୍ତି ଦେଇ ତାଙ୍କର ବସବାସ ନିମନ୍ତେ ଏକ ସ୍ୱତନ୍ତ୍ର ବାସଗୃହର ବ୍ୟବସ୍ଥା କରାଇଥିଲେ । ଉକ୍ରଳମଣି ସେହି ବାସଭବନରେ ରହିବା ସାଙ୍ଗକୁ ଘରର ଅଗଣାରେ ଏକ ପିଣ୍ଡି ନିର୍ମାଣ କରାଇ ତା ଉପରେ ସମସ୍ତ କାର୍ଯ୍ୟ ତୁଲାଇବା ସଂଗେସଂଗେ ଗଡ଼ଜାତ ରାଜ୍ୟରେ ଦରୀଦ୍ର ନାରାୟଣଙ୍କର ସେବା ମଧ୍ୟ କରୁଥିଲେ । ବାରିପଦା ସହରରେ ରହଣି ସମୟରେ ଚାକିରୀ ନାମରେ ଜନ ସେବା ମର୍ମ ହିଁ ନିହିତ ରହିଥିଲା । ୧୯୧୨ ଫେବୃୟାରୀ ୨୨ ତାରିଖରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କର ଅକାଳ ବିୟୋଗ ପରେ ରାଜ୍ୟର ଶାସନ ବ୍ୟବସ୍ଥା ପଲିଟିକାଲ ଡିପାର୍ଟମେଣ୍ଟଙ୍କ ଦ୍ୱାରା କୋର୍ଟ ଅଫ ୱାଡର଼୍ସ ଅଧୀନରେ ରହିବା କାରଣରୁ ଗୋପବନ୍ଧୁ ମୟୂରଭଞ୍ଜରୁ ଚାକିରୀ ଛାଡ଼ି ସତ୍ୟବାଦୀକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହାପରେ ଉକ୍ରଳମଣିଙ୍କର ବାସଭବନ ଗୋପବନ୍ଧୁ ଭବନ ଭାବରେ ନାମ କରଣ ହେଲା । ଏହି ଗୋପବନ୍ଧୁ ଭବନ ଏକ ଐତିହାସିକ ସ୍ମୃତି ବହନ କରୁଥିବା ସହିତ ବାରିପଦାରେ ଉକ୍ରଳମଣିଙ୍କ ଇତିହାସର ଏକ ମୂକ ସାକ୍ଷୀ ମଧ୍ୟ । କିନ୍ତୁ ଏହି ସ୍ଥାନଟି ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଜିଲ୍ଲାପାଳ ବା ଦେବୋତ୍ତର ବିଭାଗ ମଧ୍ୟ ଏସଂପୂର୍କରେ ସଚେତନ ନଥିବ ପରିଲକ୍ଷିତ ହେଉଛି ।