ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ

Mar 16, 2019 - 14:13
 147
ବିଜେଡିରୁ ଇସ୍ତଫା ଦେଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ
ଭୁବନେଶ୍ୱର,୧୫/୩ (ସକାଳଖବର): ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ଗତକାଲି ବିଜେଡିରୁ ଇସ୍ତଫା ଦେବା ପରେ ଶୁକ୍ରବାର ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେଡି ଛାଡିଛନ୍ତିି । ଦଳର ପ୍ରାଥମିକ ସଭ୍ୟରୁ ଇସ୍ତଫା ଦେଉଥିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ସେ ଜଣାଇଛନ୍ତି । ଏହା ବିଜେଡି ପାଇଁ ଏକ ଝଟ୍କା ହୋଇଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଶ୍ରୀ ନାୟକ ଦେଇଥିବା ଇସ୍ତଫା ପତ୍ରରେ ତାଙ୍କ ପ୍ରତି ଷଡଯନ୍ତ୍ର ହୋଇଥିବା ଅଭିଯୋଗ କରିଛନ୍ତି । ଏକ ମିଶ୍ରଣ ପର୍ବରେ ତାଙ୍କୁ ଅଣଦେଖା କରାଯାଇଥିଲା । ଜିଲ୍ଲା ସଭାପତିଙ୍କର ମାନସିକ ନିର୍ଯାତନା ଅସହ୍ୟ ହୋଇପଡିଥିବାରୁ ସେ ବାଧ୍ୟ ହୋଇ ଦଳ ଛାଡିଛନ୍ତି । ଇସ୍ତଫା ପରେ ସେ କେଉଁ ଦରେ ଯୋଗ ଦେବେ ସେ ସମ୍ପର୍କରେ ଦିନେ ଦୁଇ ଦିନ ମଧ୍ୟରେ ନିଷ୍ପତି ନେବେ ବୋଲି ,ତାଙ୍କ ନିକଟତମ ମହଲରୁ ଜଣାପଡିଛି । ସମ୍ଭବତଃ ବିଜେପି ରେ ସାମିଲ ହୋଇପାରନ୍ତି । ଗତଥର ନିର୍ବାଚନରେ ସେ ଏକ ଲକ୍ଷରୁ ଉଦ୍ଧ୍ୱର୍ ଭୋଟ୍ ପାଇଥିବା ବେଳେ ତାଙ୍କ ବିରୁଦ୍ଧରେ ବିଜେପିରୁ ଲଢୁଥିବା ସୁଷମା ବିଶ୍ୱାଳ ଯେ କି ବର୍ତମାନ ବିଜେଡିରେ ଯୋଗ ଦେଇଛନ୍ତି ସେ ୩୭ ହଜାର ଭୋଟ୍ ପାଇଥିଲେ ।