ନବୀନଙ୍କୁ ହଟାଇବା ପାଇଁ ସଂକଳ୍ପ ନେବାକୁ ଦେଲେ ଦାମ

Mar 16, 2019 - 14:14
 157
ନବୀନଙ୍କୁ ହଟାଇବା ପାଇଁ ସଂକଳ୍ପ ନେବାକୁ ଦେଲେ ଦାମ
ଭୁବନେଶ୍ୱର,୧୫/୩(ସକାଳଖବର) ଗତକାଲି ଦିଲ୍ଲୀରେ ବିଜେପିର ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେବାପରେ ଡା. ଦାମୋଦର ରାଉତ ଶୁକ୍ରବାର ଭୁବନେଶ୍ୱର ଫେରିଛନ୍ତି । ଭୁବନେଶ୍ୱର ବିମାନଘାଟି ଠାରେ ପହଂଚିବା ପରେ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଏକ ଶୋଭାଯାତ୍ରାରେ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଅଣାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଡା ରାଉତ ଜଗତସିଂହପୁର ଜିଲ୍ଲା ସମେତ ଓଡିଶାରେ ବିଜେଡିର ପାଦ ଯେପରି ନପଡିବ ସେଥିନେଇ ସଂକଳ୍ପ ନେବାକୁ ବିଜେପି ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଥିଲେ । ସେ କହିଥିଲେ ଯେ ତାଙ୍କର ଓଡିଶା ରାଜନୀତିରେ ଯଥେଷ୍ଟ ଅନୁଭୂତି ରହିଛି । ଓଡିଶାର କୋଣ ଅନୁକୋଣକୁ ସେ ଭଲ ଭାବେ ଜାଣିଛନ୍ତିି । ଓଡିଶାରେ ପରିବର୍ତନ ଏବଂ ନୂଆ ଶାସନ ଆଣିବାପାଇଁ ଦଳ ତାଙ୍କୁ କେଉଁଭଳି ଭାବେ ବ୍ୟବହାର କରିବ ତାହା ବିଜେପିର ଦାୟିତ୍ୱ । ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ଦୁର୍ନୀତି ଭ୍ରଷ୍ଟାଚାର ଦୂର କରିବା ପାଇଁ ନବୀନ ସରକାରକୁ ହଟାଇବାକୁ ଯେଉଁ ସଂକଳ୍ପ ନେଇଛନ୍ତି ତାକୁ ସଫଳ କରିବା ତାଙ୍କରେ ଲକ୍ଷ୍ୟ । ୪୫ ବର୍ଷର ସମ୍ପର୍କକୁ ତୁଟାଇ ସେ ବିଜେଡିରେ ଯୋଗ ଦେଇଛନ୍ତି । ଆପଣମାନେ ଖୁସି ତ ବୋଲି ସେ ପ୍ରଶ୍ନ କରିଥିଲେ । ସେ ରାଜନୀତିରେ ନଥିଲେ ରାଜ୍ୟ ସରକାରଙ୍କ ଅଧିକାରୀ ଥିଲି । ବିଜୁ ବାବୁ ତାଙ୍କୁ ୧୯୭୪ରେ ରାଜନୀତିକୁ ଆଣିଥିଲେ । ସେତେବେଳେ ତାଙ୍କୁ ଓଡିଶାର ସ୍ୱାର୍ଥ ପାଇଁ ଜୀବନବ୍ୟାପୀ ଲଢିବାକୁ ଗୁରୁମନ୍ତ୍ର ଦେଇଥିଲେ । ଆମ ରାଜ୍ୟ ସମୃଦ୍ଧ ରାଜ୍ୟ । ମାତ୍ର ଗରିବ ହୋଇ ରହିଛି ।ତାଙ୍କ ଭଳି ଆଉ କେତେକ ଯୁବକଙ୍କୁ ମଧ୍ୟ ବିଜୁ ବାବୁ ରାଜନୀତିକୁ ଆଣିଥିଲେ । ୩୫ ବର୍ଷ ବିଧାୟକ ରହିଛନ୍ତିି । ୬ଥର ମନ୍ତ୍ରୀ ହୋଇଛନ୍ତି । ବିଜୁ ବାବୁଙ୍କ ଦେହାନ୍ତ ପରେ ନବୀନ ବାବୁ କ୍ଷମତାକୁ ଆସିଲେ । ସେ ଯାହା କରିନଥିଲେତାହା ଆଜି ନବୀନ ବାବୁଙ୍କ ଶାସନରେ ଦେଖିବାକୁ ମିଳୁଛି । ସମ୍ପତି ଲୁଟ୍ ଚାଲିଛି , ଲୋକଙ୍କ ଭିତରେ ଆତ୍ମ ବିଶ୍ୱାସ ଆଣିବା ପରିବର୍ତେ ଅଳସୁଆ କରିଦିଆଯାଉଛି ।