ଜାତୀୟ ରାଜପଥ ପାଶ୍ୱର୍ରୁ ଜବର ଦଖଲ ଉଚ୍ଛେଦ ଆରମ୍ଭ

Dec 12, 2018 - 19:12
 167
ଅନୁଗୋଳ ,୧୨/୧୨(ସକାଳଖବର) ୫୫ନମ୍ବର ଜାତୀୟ ରାଜପଥର ଉଭୟ ପାଶ୍ୱର୍ରେ ଜବର ଦଖଲ ଲାଗି ରହିଥିବାରୁ ଅନେକ ସମୟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ବାରମ୍ବାର ଦୁର୍ଘଟଣା ଘଟୁଥିଲା । ଏହି ଜବର ଦଖଲ ଯୋଗୁଁ ରାସ୍ତାରୁ ପାଣି ନିଷ୍କାସନ ନ ହୋଇ ସିପିପି ପ୍ଲାଣ୍ଟ ଓ କାର୍ଗିଲ ପେଟ୍ରୋଲ ଟାଙ୍କି ସମ୍ମୁଖରେ ଜଳାର୍ଣ୍ଣବ ପରିସ୍ଥିତି ସୃଷ୍ଟି ହୋଇ ରାସ୍ତାରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଏହି ସମସ୍ୟାର ସମାଧାନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ଅନିଲ କୁମାର ସାମଲ ଓ ଆରକ୍ଷୀ ଅଧିକକ୍ଷକ ଶ୍ରୀ ମିତ୍ରଭାନୁ ମହାପାତ୍ର ବିଭିନ୍ନ ବିଭାଗର ଅଧିକାରୀ ଓ ଜାତୀୟ ରାଜପଥ ପ୍ରାଧିକରଣ କର୍ମକର୍ତ୍ତାଙ୍କ ସହ ଏହି ସ୍ଥାନକୁ ପରିଦର୍ଶନ କରି ଜବରଦଖଲ ଉଚ୍ଛେଦ କରିବା ସହ ରାସ୍ତା ପ୍ରସସ୍ତିି କରଣ ଓ ଏହାର ଉଚ୍ଚତା ବଢ଼ାଇବାକୁ ପରାମର୍ଶ ଦେଇଥିଲେ । ଗତ କାଲିଠାରୁ ବଅଁରପାଳ ତହସିଲଦାର ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଏକ ଦଳ ଗଠନ କରି ଏହି ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ବଅଁରପାଳଠାରୁ ତୁରଙ୍ଗ ଛକର ଉଭୟ ପାଶ୍ୱର୍ରେ ଥିବା ଦୋକାନ ବଜାର ଓ ଘର ଗୁଡ଼ିକୁ ଭଙ୍ଗାଯାୁଛି । ୨ୟ ପର୍ଯ୍ୟାୟରେ ତୁରଙ୍ଗ ଠାରୁ ରନ୍ତଲେଇ (ଆରଟିଓ ଅଫିସ) ପର୍ଯ୍ୟନ୍ତ ଉଚ୍ଛେଦ କରାଯିବ । ପରବର୍ତ୍ତି ସମୟରେ ଜାତୀୟ ରାଜପଥ ୫୫ର ଅନ୍ୟାନ୍ୟ ସ୍ଥାନରେ ଜବରଦଖଲ କରିଥିବା ଦୋକାନ ବଜାରଗୁଡ଼ିକୁ ଭଙ୍ଗାଯାଇ ଜାତୀୟ ରାଜପଥକୁ ସଂପୂର୍ଣ୍ଣ ଜବରଦଖଲମୁକ୍ତ କରାଯିବ ।