ବିଚାରଧିନ କଏଦୀଙ୍କ ମୃତୁ୍ୟ

Jul 3, 2018 - 14:22
 202
ନୂଆପଡା, ୩/୭(ସକାଳଖବର): ନୂଆପଡ଼ା ଜିଲ୍ଲା ସଦର ମହକୁମା ଉପ କାରାଗାରରେ ଜଣେ ବିଚାରଧିନ କଏଦୀଙ୍କ ଚିକିସôାଧିନ ଅବସ୍ଥାରେ ମୃତୁ୍ୟ ହୋଇଛି । ମୃତ କଏଦୀ ଜଣକ ସଦର ଥାନା ସାଇପଲା ଗାଁର ଜୟନ୍ତିଲାଲ ସାହୁ(୬୦) ବୋଲି ଜଣାପଡିଛି । ଗତ ୨୦୧୫ ମାର୍ଚ୍ଚ ୭ ତାରିଖରେ ନିଜ ପୁତ୍ର ବଧୁଙ୍କୁ ଯୌତୁକ ଜନିତ ହତ୍ୟା ମାମଲାରେ ଜେଲରେ ବିଚାରଧିନ କଏଦୀ ଭାବେ ଜେଲରେ ରହୁଥିଲେ । ତାଙ୍କ ନାମରେ ୪୯୮(ଏ), ୩୦୪(ବି) ୩୦୨/୩୪ ଦଫାରେ ମାଲା ରୁଜୁ ହୋଇଥିଲା । ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଏସଟି କେଶ ନଂ ୬୧/୨୦୧୫ ବିଚାରଧିନ ରହିଥିଲା । ତାଙ୍କ ଦେହ ଅସୁସ୍ଥ ହେବାରୁ ପୁର୍ବରୁ ୪/୫ ଥର ଜିଲ୍ଲା ମୁଖ୍ୟ ଚିକିସôାରେ ଭତ୍ତି କରି ଚିକିସôିତ ହୋଇଥିଲେ । ଗତ ୨୭ ଜୁନରେ ତାଙ୍କର ଦେହ ଅସୁସ୍ଥ ହେବାରୁ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଚିକିସôା ପାଇଁ ଭର୍ତ୍ତି ହୋଇଥିଲେ । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଂକଟ୍ଟାପନ୍ନ ହେବାରୁ ଡାକ୍ତର ତାଙ୍କୁ ବୁର୍ଲା ନେବାକୁ ପରାମର୍ଶ ଦେଇଥିଲେ । ସଂନ୍ଧ୍ୟାରେ ବୁର୍ଲା ସ୍ଥାନାନ୍ତର ସମୟରେ ତାଙ୍କର ମୃତୁ୍ୟ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ପୁଲିସ କହିଛି । ରାଜସ୍ୱ କର୍ମଚାରୀଙ୍କ ଅସ୍ୱାଭାବିକ ମୃତୁ୍ୟ