ବାର୍ଥ ଡେ ସ୍ପେଶାଲ : ଖୁବ କମ୍‌ ସମୟରେ ଧୋନୀ ଓ ସଚିନଙ୍କ ରେକର୍ଡ ଭାଙ୍ଗି ସାରିଲେଣି ପନ୍ତ

Oct 4, 2021 - 07:44
 82
ବାର୍ଥ ଡେ ସ୍ପେଶାଲ : ଖୁବ କମ୍‌ ସମୟରେ ଧୋନୀ ଓ ସଚିନଙ୍କ ରେକର୍ଡ ଭାଙ୍ଗି ସାରିଲେଣି ପନ୍ତ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ ଦଳର ଯୁବ ୱିକେଟ୍‌ କିପର ଋଷଭ ପନ୍ତ ଖୁବ୍‌ ଶୀଘ୍ର ଭେଟେରାନ୍‌ ମହେନ୍ଦ୍ର ସିଂ ଧୋନିଙ୍କ ସ୍ଥାନ ପୂରଣ କରିବାରେ ସକ୍ଷମ ହୋଇପାରନ୍ତି । ପ୍ରାରମ୍ଭିକ ମ୍ୟାଚଗୁଡିକରେ ତାଙ୍କର ହାରାହାରି ପ୍ରଦର୍ଶନ ହେତୁ ତାଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଥିଲା । କିନ୍ତୁ ଖୁବ୍‌ କମ୍‌ ସମୟ ମଧ୍ୟରେ ଏହି ଯୁବ ଖେଳାଳି ନିଜ ଖେଳର ଉନ୍ନତି କରି ପ୍ରତ୍ୟାବର୍ତ୍ତନ କରିଥିଲେ । ଆଜି ପନ୍ତ ଟିମ୍‌ ଇଣ୍ଡିଆର ମୁଖ୍ୟ ୱିକେଟ୍‌ କିପର ଏବଂ ସମସ୍ତ ତିନୋଟି ଫର୍ମାଟରେ ତାଙ୍କ ସ୍ଥାନକୁ ପକ୍କା କରି ସାରିଛନ୍ତି । ଏହି ଖେଳାଳୀ ଏକ ସ୍ୱଳ୍ପ କ୍ୟାରିୟରରେ ଏପରି କିଛି ବଡ ସଫଳତା ହାସଲ କରିଛନ୍ତି ଯାହା ଆଜି ପର୍ଯ୍ୟନ୍ତ ଅନ କୌଣସି ଭାରତୀୟ ୱିକେଟ୍‌ କିପର ହାସଲ କରିନାହାଁନ୍ତି । ଅକ୍ଟୋବର ୪, ୧୯୯୭ ରେ ଉତ୍ତରାଖଣ୍ଡର ରୁର୍ଡିକିରେ ଜନ୍ମଗ୍ରହଣ କରିଥିବା ପନ୍ତ ଆଜି (ସୋମବାର) ତାଙ୍କର ୨୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଫେବୃଆରୀ ୨୦୧୭ ରେ ଟି -୨୦ ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିଥିବା ପନ୍ତ ଦିନିକିଆ ଏବଂ ଟେଷ୍ଟରେ ନିଜର କମାଲ ଦେଖାଇ ସାରିଲେଣି । ଟେଷ୍ଟରେ ସେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡରେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଥିଲେ । ୱିକେଟ୍‌ ରକ୍ଷକ ଭାବରେ ଏସିଆର କୌଣସି ବ୍ୟାଟ୍ସମ୍ୟାନ୍‌ ଆଜି ପର୍ଯ୍ୟନ୍ତ ସେ କରିଥିବା ବଡ ସ୍କୋର କରିପାରିନାହାନ୍ତି । ଗତ ବର୍ଷ ଏହି ରେକର୍ଡ ସେ ନିଜ ନାମରେ କରିଥିଲେ । ୨୦୧୮ ମସିହାରେ ଇଂଲଣ୍ଡ ଗସ୍ତରେ ପନ୍ତ ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ । ଏହି ଭ୍ରମଣରେ ସେ ଏକ ଚମତ୍କାର ଶତକ ହାସଲ କରିଥିଲେ । ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଇନିଂସରେ ପନ୍ତ ଓଭାଲ ଟେଷ୍ଟରେ ୧୧୪ ରନର ଚମତ୍କାର ଇନିଂସ ଖେଳିଥିଲେ । ଏହି ଶତକ ସ୍କୋର କରିବା ସମୟରେ ପନ୍ତଙ୍କ ବୟସ ୨୧ ବର୍ଷ ୯୧ ଦିନ ହୋଇଥିଲେ । ସଚିନ ୨୩ ବର୍ଷ ୭୧ ଦିନରେ ସେନା ଦେଶରେ (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ) ଏକ ଶତକ ସ୍କୋର କରିଥିଲେ । କନିଷ୍ଠରେ ସେନା ଦେଶ ବିରୁଦ୍ଧରେ ଏକ ଶତକ ସ୍କୋର କରିବା ମାମଲାରେ ପନ୍ତ ସଚିନଙ୍କୁ ଛାଡିଥିଲେ । ଏସିଆର ଏକମାତ୍ର ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଯିଏକି ଅଷ୍ଟ୍ରେଲିଆରେ ୧୫୦ ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି । ପାକିସ୍ତାନର ୱିକେଟ୍‌ କିପର ରିଜୱାନ୍‌ ଅଷ୍ଟ୍ରେଲିଆରେ ୯୫ ରନର ସବୁଠାରୁ ବଡ ଇନିଂସ ଖେଳିଛନ୍ତି । ପନ୍ତ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଯିଏକି ଆଇସିସି ଟେଷ୍ଟ ମାନ୍ୟତାରେ ଶ୍ରେଷ୍ଠ ୧୦ରେ ପହଞ୍ଚିଛନ୍ତି । ଇଂଲଣ୍ଡରେ ଶତକ ହାସଲ କରିଥିବା ପନ୍ତ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ । ଅଷ୍ର୍ଟ୍ରେଲିଆରେ ଶତକ ହାସଲ କରିଥିବା ପନ୍ତ ମଧ୍ୟ ପ୍ରଥମ ଭାରତୀୟ ୱିକେଟ୍‌ କିପର । ସେ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍‌ କିପର ଯିଏକି ଆଇସିସି ଟେଷ୍ଟ ମାନ୍ୟତାରେ ସର୍ବାଧିକ ୭୫୨ ରେଟିଂ ପଏଣ୍ଟ ହାସଲ କରିଛନ୍ତି । ଏଥିପାଇଁ ସେ ପ୍ରଥମ ଭାରତୀୟ ୱିକେଟ୍‌ କିପର ଭାବରେ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଶ୍ରେଷ୍ଠ ୧୦ରେ ପହଞ୍ଚିଥିଲେ । ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିବା ପନ୍ତ ଆଇପିଏଲରେ ମଧ୍ୟ ନିଜର ଚମକ୍ରାର ବ୍ୟାଟିଂ ଜାରି ରଖିଛନ୍ତି । ଗୋଟିଏ ସିଜନରେ ସର୍ବାଧିକ ଛକା ମାରିଥିବା ସେ ହେଉଛନ୍ତି ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ୍‌ । ଟୁର୍ନାମେଣ୍ଟରେ ୧୦୦୦ ରନ୍‌ ସ୍କୋର କରିବାରେ ପନ୍ତ ମଧ୍ୟ ଦ୍ରୁତତମ ବ୍ୟାଟ୍ସମ୍ୟାନ୍‌ । ସେ ଆଇପିଏଲ୍‌ ଇତିହାସର ଏକମାତ୍ର ଖେଳାଳି ଯିଏ ମଧ୍ୟମ କ୍ରମରେ ବ୍ୟାଟିଂ କରୁଥିବାବେଳେ ୬୦୦ ରୁ ଅଧିକ ରନ୍‌ ସଂଗ୍ରହ କରିଛନ୍ତି ।