ବାପା ହେଲେ ଯୁବରାଜ ସିଂହ: ଘରକୁ ଆସିଲେ ନୂଆ ଅତିଥୀ, ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ପତ୍ନୀ ହେଜେଲ

Jan 26, 2022 - 05:40
 78
ବାପା ହେଲେ ଯୁବରାଜ ସିଂହ: ଘରକୁ ଆସିଲେ ନୂଆ ଅତିଥୀ, ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ପତ୍ନୀ ହେଜେଲ
ନୂଆଦିଲ୍ଲୀ ୨୬/୦୧ : ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଅର୍ଥାତ୍ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ପତ୍ନୀ ହେଜେଲ । ଗତକାଲି ଯୁବିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥୀ । ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ଯୁବରାଜ । ଫ୍ୟାନ୍ସ ସହ ବାଣ୍ଟିଛନ୍ତି ନିଜର ଖୁସି । ଯୁବରାଜ ଲେଖିଛନ୍ତି ମୋର ସମସ୍ତ ପ୍ରଶଂସକଙ୍କୁ ସଂପର୍କୀୟ ତଥା ସାଙ୍ଗସାଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରୁଛି । ଭଗବାନଙ୍କ ଆଶିର୍ବାଦରୁ ଆମକୁ ପିଲାର ଶୁଖ ପ୍ରାପ୍ତି ହୋଇଛି । ଏଥିପାଇଁ ଇଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ । ଆହୁରି ସେ ଲେଖିଛନ୍ତି ଆମେ ଚାହୁଁଛୁ ଆପଣମାନେ ଆମ ଜୁନିୟରଙ୍କୁ ଏମିତି ଆଶିର୍ବାଦ କରନ୍ତୁ । ସୂଚନା ଥାଉକି, ୧୨ ନଭେମ୍ୱର ୨୦୧୫ରେ ଯୁବରାଜ ହେଜେଲଙ୍କ ନିର୍ବନ୍ଧ ହୋଇଥିଲା । ପରେ ୩୦ ନଭେମ୍ୱର ୨୦୧୬ରେ ସେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ହେଜେଲ ହେଉଛନ୍ତି ବଲିଉଡର ଜଣେ ଅଭିନେତ୍ରୀ । ଅନେକ ଗୁଡିଏ ବିଜ୍ଞାପନ ଜରିଆରେ କ୍ୟାରିୟର ଆରମ୍ଭ କରିଥିଲେ ହେଜେଲ । ତେବେ ସଲମାନ ଖାନଙ୍କ ଫିଲ୍ମ ବର୍ଡିଗାର୍ଡରେ ସେ ଦ୍ନିତୀୟ ମୁଖ୍ୟ ଅଭିନେତ୍ରୀ ଭାବେ କାମ କରିଥିଲେ । ସେବେଠୁ ସେ ବେଶି ପପୁଲାର ହୋଇଥିଲେ ।