ବାତ୍ୟା ନେଇ ବଡ଼ ସୂଚନା ଦେଲେ ଆଇଏମଡି ଡିଜି, ଜାଣି ରଖନ୍ତୁ

Dec 1, 2021 - 09:14
 77
ବାତ୍ୟା ନେଇ ବଡ଼ ସୂଚନା ଦେଲେ ଆଇଏମଡି ଡିଜି, ଜାଣି ରଖନ୍ତୁ
ଭୁବନେଶ୍ୱର: ମାଡ଼ି ଆସୁଥିବା ବାତ୍ୟା ସମ୍ପର୍କରେ ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର ପୁଣି ଏକ ବଡ଼ ସୂଚନା ଦେଇଛନ୍ତି । ଆଣ୍ଡାମାନ ସାଗର ନିକଟରେ ବାତ୍ୟା ଏକ ଲଘୁଚାପ କ୍ଷେତ୍ର ଭାବେ ରହିଛି । ଆସନ୍ତାକାଲି ଅବପାତରେ ପରିଣତ ହେବ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର । ଅବପାତରେ ପରିଣତ ହେଲା ପରେ କେଉଁଠି ମାଡ଼ ହେବ ତାହା ଆସନ୍ତାକାଲି ଅର୍ଥାତ ଗୁରୁବାର ସ୍ପଷ୍ଟ ହେବ । କେଉଁ ଜାଗାରେ ଉପକୂଳ ଅତିକ୍ରମ କରିବ, କାଲି ସ୍ପଷ୍ଟ କରାଯିବ । କେଉଁ ଜାଗାରେ ଅତିକ୍ରମ କରି, କେତେ ତୀବ୍ରତା ରହିବ ତାହା କାଲି ସ୍ପଷ୍ଟ ହେବ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ତେବେ ୩ ତାରିଖ ଠାରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରିନପାରେ । ସ୍ଥଳଭାଗ ନଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗରୁ ଗତି କରିବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ୩ରୁ ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହେବ । ୪ ତାରିଖରେ ସବୁଠାରୁ ଅଧିକ ବର୍ଷା ହେବ । ପବନ ବି ହେବ ବୋଲି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି । ଅନ୍ୟପକ୍ଷରେ ୩ ତାରିଖରେ ଗଜପତି, ଗଂଜାମ, ପୁରୀ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୪ ତାରିଖରେ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଗଜପତି, ଗଂଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ଗଂଜାମ, ପୁରୀ ଓ ଜଗତସିଂହପୁରର କେତେକ ଜାଗାରେ ଅତି ପ୍ରବଳ ବର୍ଷିପାରେ। ୫ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଏସ୍‌ଆରସି।