ଓକିଲଙ୍କ କାର୍ଯକ୍ରବନ୍ଦ ଆନେ୍ଦାଳନ ଜାରି

Sep 3, 2018 - 14:14
 202
ଓକିଲଙ୍କ କାର୍ଯକ୍ରବନ୍ଦ ଆନେ୍ଦାଳନ ଜାରି
କଟକ,୩ା୯(ସକାଳଖବର): ହାଇକୋର୍ଟର ଜଣେ ଆଇନଜୀବୀଙ୍କୁ ପୁଲିସ ମାଡ଼ ମାରିବା ଘଟଣାକୁ ପ୍ରତିବାଦ କରି ଗତ ୨୯ତାରିଖଠାରୁ ହାଇକୋର୍ଟ ବାର ଆସୋସିଏସନ ସମେତ ନିମ୍ନ ଅଦାଲତ ଆଇନଜୀବୀମାନଙ୍କ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ଜାରି ରହିଥିବାବେଳେ ଆଜି ଷଷ୍ଠ ଦିନରେ ପହଞ୍ଚôଛି । ତେବେ ଏହି ଆନେ୍ଦାଳନ ଆସନ୍ତା ବୁଧବାର ଯାଏଁ ଚାଲୁ ରହିବ । ତେବେ ଦୋଷୀ ପୁଲିସ କର୍ମଚାରୀଙ୍କୁ ଗିରଫ କରାନଯିବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ଚାଲୁରହିବ ବୋଲି ହାଇକୋର୍ଟ ବାର ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବୁଧବାର ଦିନ ୧.୩୦ମିନିଟରେ ସାଧାରଣ ପରିଷଦ ବୈଠକ ବସିବା ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଂପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି । ତେବେ ଆଇନଜୀବୀଙ୍କ କାର୍ଯ୍ୟ ବନ୍ଦ ଫଳରେ କୌଣସି ଅଦାଲତରେ ଶୁଣାଣି ହୋଇପାରୁନାହି ।