ନୂଆପଡାରେ ମାତିଲା ମହାବଳ, ଗାଈକୁ ଟାଣିନେଲା…

Jan 16, 2022 - 05:39
 66
ନୂଆପଡାରେ ମାତିଲା ମହାବଳ, ଗାଈକୁ ଟାଣିନେଲା…
ନୂଆପଡା ୧୬/୦୧: ଗାଈକୁ ଟାମିଲେନା ବାଘ । ରକ୍ତ ଶୋଷି ନେଲା । ନୂଆପଡା ଜିଲ୍ଲାରେ ପୂଣି ବାଘ ଆତଙ୍କ ଦେଖିବାକୁ ମିଳିଛି । ଯାହାକୁ ନେଇ ଜିଲ୍ଲାବାସୀ ଆତଙ୍କିତ ହୋଇ ପଡିଛନ୍ତି । ସୂଚନାନୁସାରେ, ରବିବାର ସକାଳ ୭ଟାରେ ଧରମବନ୍ଧା ଓ ତୋର୍ରା ଗାଁ ମଧ୍ୟସ୍ଥ କୁଟରେଙ୍ଗାପଡ଼ାର ଅଗିନ ମାଝୀ ତାଙ୍କ ଗାଈକୁ ଗୁହାଳରୁ ବାହାର କରି ଜଙ୍ଗଲକୁ ଚରାଇ ନେଇଥିଲେ । ଏହି ସମୟରେ ଗାଁ ମୁଣ୍ଡକୁ ଏକ ବାଘ ହଠାତ୍ ଚାଲି ଆସି ଗାଈର ତଣ୍ଟିକୁ ଧରି ପକାଇଥିଲା । ଏହାସହ ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ଗାଁ ଲୋକେ ଠେଙ୍ଗା ବାଡ଼ି ଧରି ଚିତ୍କାର କରିବାରୁ ବାଘ ଜଙ୍ଗଲ ଭିତରକୁ ଚାଲି ଯାଇଥିଲା । ତେବେ ଗାଈର ତଣ୍ଟିକୁ ଧରି ରକ୍ତ ଶୋଷି ଦେବାରୁ ଗାଈର ମୃତ୍ୟୁ ହୋଇଛି । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନକୁ ଠାବ କରିଛନ୍ତି ।ଘଟଣା ପରେ ଧରମବନ୍ଧା, ତୋର୍ରା ଅଞ୍ଚଳରେ ସ୍ଥାନୀୟ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଅନ୍ୟପକ୍ଷରେ ବନ ବିଭାଗ କର୍ମଚାରୀ ସ୍ଥାନୀୟ ଅଞ୍ଚଳରେ ବାଘକୁ ନେଇ ସଚେତନ କରୁଛନ୍ତି ।