ବସୁଧା ଲୋଗୋ , ହେଲ୍ପ ଲାଇନ୍ ଉନ୍ମୋଚିତ

Nov 18, 2018 - 18:08
 169
ଭୁବନେଶ୍ୱର, ୧୮/୧୧ (ସକାଳଖବର): ଶନିବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସଚିବାଳୟ ଠାରେ ବସୁଧା ଯୋଜନାର ଲୋଗୋ ଏବଂ ହେଲ୍ପ ଲାଇନ୍ ନମ୍ବର (୧୯୧୬)ର ଉନ୍ମୋଚନ କରିଛନ୍ତି । ଗ୍ରାମାଂଚଳର ଲୋକମାନେ ବସୁଧା ଜଳ ଯେଗାଣ ଯୋଜନାର କାର୍ଯ୍ୟକାରିତା କିମ୍ବା ଅସୁବିଧା ସମ୍ପର୍କରେ ଉକ୍ତ ହେଲ୍ପ ଲାଇନ୍ ନମ୍ବରରେ ଜଣାଇପାରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି , ପଂଚାୟତିରାଜ ତଥା ପାନୀୟ ଜଳ ଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ , ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।