ହାତୀ ଆକ୍ରମଣରେ ବୃଦ୍ଧ ମୃତ

Sep 11, 2021 - 05:51
 56
ହାତୀ ଆକ୍ରମଣରେ ବୃଦ୍ଧ ମୃତ
କେନ୍ଦୁଝର: ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ । ମୃତକ ହେଉଛନ୍ତି ମକୁରୁ ନାୟକ । ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲା ତେଲକୋଇ ଦୋଦଲପଳାର ଜୁଆଙ୍ଗ ସାହିର ମକୁରୁ ନାୟକ ଶନିବାର ସକାଳେ ଶୌଚ ହେବାକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ୩ ଟିକିଆ ହାତୀପଲ ଆକ୍ରମଣ କରିଥିଲେ । ସେ ହାତୀ କବଳରୁ ବର୍ତ୍ତି ପାରିନଥିଲେ । ଫଳରେ ଘଟଣାସ୍ଥଳରେ ହିଁ ତାହ୍‌କର ମୃତ୍ୟୁ ହୋଇଥିଲା । ସେହିପରି ଜୁଆଙ୍ଗ ସାହିରେ ହାତୀପଳଙ୍କ ଆତଙ୍କ ଦେଖିବାକୁ ମିଳିଛି । ଲୋକଙ୍କୁ ଆକ୍ରମଣ କରିବା ସହ ଫସଲ ନଷ୍ଟ ମଧ୍ୟ କରିଛନ୍ତି । ଏହାସହିତ ଲୋକଙ୍କ ଘର ଭାଙ୍ଗି ଦେଇଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଏନେଇ ବନ ବିଭାଗକୁ ଖବର ଦିଆଯାଇଛି । ମାତ୍ର ବନ ବିଭାଗ ଏ ଦିଗରେ କୌଣସି କାର୍ୟ୍ୟାନୁଷ୍ଠାନ ଏଯାଏଁ ଗ୍ରହଣ କରିନାହିଁ ।