ବଡ ଭାଇ ପରିବାର ହତ୍ୟା ମାମଲା, ଆସିଲା ପୋଷ୍ଟମଟର୍ମ ରିପୋର୍ଟ

Apr 19, 2022 - 06:00
 51
ବଡ ଭାଇ ପରିବାର ହତ୍ୟା ମାମଲା, ଆସିଲା ପୋଷ୍ଟମଟର୍ମ ରିପୋର୍ଟ
ଭୁବନେଶ୍ୱର: ରାଜ୍ୟରେ ଚହଳ ପକାଇଥିବା ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଟଣାଭିଡା ଓ ଜୋରଜବରଦସ୍ତ ଭିତରେ ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟରୁ ଜଣାପଡିଛି । ତେବେ ବିଷକ୍ରିୟା ଯୋଗୁଁ ମୃତୁ୍ୟ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ । ଏନେଇ କଟକ ଗ୍ରାମାଂଚଳ ଏସପି ଯୁଗଳ କିଶୋର ବନୋଥ ସୂଚନା ଦେଇଛନ୍ତି । ସାମାନ୍ୟ ଜମିବାଡି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ବିଭସôଭାବେ ହତ୍ୟା କରିଥିଲା । ହତ୍ୟା କରିବା ପରେ ଯାଜପୁର ଥାନାରେ ସେ ସରେଣ୍ଡର କରିଥିଲା ଓ ଏକ ଭିଡିଓ ମାଧ୍ୟମରେ ସେ ତା’ ବଡ ଭାଈଙ୍କ ପୂରା ପରିବାରକୁ ମାରିଥିଲା ବୋଲି କହିବା ସହିତ ଆଇନ୍ ଯାହା ଦଣ୍ଡ ଦେବ, ସେ ତାକୁ ଗ୍ରହଣ କରିବେ ବୋଲି କହିଥିଲା । ଏହାପରେ ତାଙ୍କୁ ରିମାଣ୍ଡରେ ଆଣାଯାଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କରାଯାଇଥିଲା । ଏହି ସମୟରେ ଘଟଣାସ୍ଥଳରୁ କିଛି ମାରଣାସ୍ତ୍ର ଜବତ ହୋଇଥିଲା ।