ବଜ୍ରାଘାତରେ ସମିତ ିସଭ୍ୟା ଗୁରୁତର

Aug 14, 2018 - 19:32
 151
ବଜ୍ରାଘାତରେ ସମିତ ିସଭ୍ୟା ଗୁରୁତର
ଅନୁଗୋଳ ୧୪/୮(ସକାଳଖବର): ଅନୁଗୋଳ ଜିଲାରେ ଆଜି ଅପରାହ୍ନ ୪ ଘଟିକା ବେଳେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ହୋଇଥିଲା । ଯାହାକି ବଜ୍ରପାତ ଯୋଗୁ ଅନୁଗୋଳ ବ୍ଲକ ପୋକତୁଙ୍ଗା ପଞ୍ଚାୟତର ସମିତିସଭ୍ୟା ଗୁରୁତର ଆହତ ହୋଇ ଚିକିସôିତ ହେଉଛନ୍ତି । ଘଟଣାରୁ ପ୍ରକାଶ ଯେ, ପୋକତୁଙ୍ଗା ପଞ୍ଚାୟତ ସମିତିସଭ୍ୟା ସ୍ନିଗ୍ଧାରାଣୀ ଦାସ ଅନୁଗୋଳ ସହରର ମାଟିଆ ସାହିଠାରେ ରୁହନ୍ତି । ଅପରାହ୍ନ ୪ ଘଟିକା ବେଳେ ସେ ରୋଷେଇ କରୁଥିବା ବେଳେ ବଜ୍ରପାତର ଶିକାର ହୋଇଛନ୍ତି । ଯଦ୍ୱାରା ସେ ଅଚେତ ହୋଇଯିବା ପରେ ପରିବାର ଲୋକ ତାଙ୍କୁ ଗୁରୁତର ଅବସ୍ଥାରେ ଅନୁଗୋଳ ମେଡ଼ିକାଲରେ ଭର୍ତ୍ତି କରିଛନ୍ତି ।